ବାଲିରେ ପୋତି ହେଲା କାର, ବର୍ତ୍ତିଗଲେ ଡ୍ରାଇଭର

Advertisment
ବାଲିରେ ପୋତି ହେଲା କାର, ବର୍ତ୍ତିଗଲେ ଡ୍ରାଇଭର

ଜୟପୁର: ଜୟପୁର-କୋରାପୁଟ ଜାତୀୟ ରାଜପଥର ବାରିଣୀପୁଟ ଗାଁ ନିକଟ ମୋଡ଼ରେ ଠିଆ ହୋଇ ରହିଥିଲା କାର ନଂ ଓଡି୧୦ପି-୧୩୧୩। ଜୟପୁରରୁ କୋରାପୁଟ ପଟକୁ ଯାଉଥିବା ହାଇୱା ନଂ ଓଡି୧୦ଏସ୍ ୪୦୬୦ ମୋଡରେ ଅଚାନକ ଓଲଟିପଡ଼ିଥିଲା। ତେବେ ଏଥିରେ ବ‌ୋଝେଇ ହୋଇଥିବା ସବୁ ବାଲି କାର ଉପରେ ପଡ଼ିଯାଇଥିଲା। କାର ମଧ୍ୟରେ ବସିଥିବା ଡ୍ରାଇଭର ଜଣକ ଭିତରେ ରହିଯାଇଥିଲେ।

କାରଟି ସଂପୂର୍ଣ୍ଣ ଗୁଣ୍ଡ ହୋଇଯାଇଥିଲା। ‌ଉପସ୍ଥିତ ଲୋକେ କାରର କବାଟ ଭାଙ୍ଗି ତାଙ୍କୁ ବାହାରକୁ ବାହାର କରିଥିଲେ। ସ୍ଥାନୀୟ ଉଷା ହସ୍ପିଟାଲରେ କାରଚାଳକ ଚିକିତ୍ସିତ ହେଉଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ହାଇୱା ଚାଳକ ଘଟଣା ପରେ ଫେରାର ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe