ପରିବା ଦୋକାନୀଙ୍କୁ ଉଠାଇ କାର୍‌ ପାର୍କିଂ

Advertisment
ପରିବା ଦୋକାନୀଙ୍କୁ ଉଠାଇ କାର୍‌ ପାର୍କିଂ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି)ର କର୍ମଚାରୀ ବୋଲି କହିଲେ। ସର୍ଭିସ୍‌ ରୋଡ୍‌ ଉପରୁ ପରିବା ଦୋକାନୀଙ୍କୁ ହଟାଇଦେଲେ। ପରେ କିଛି ଲୋକ ସେଠାରେ ଗାଡି ପାର୍କିଂ କରିଦେଲେ। ଉକ୍ତ କର୍ମଚାରୀ କିନ୍ତୁ ସେମାନଙ୍କୁ ମୁହଁ ନ ଖୋଲି ଚାଲି ଯାଇଥିଲେ।

ଶ୍ରୀ ଅରବିନ୍ଦ ବିଦ୍ୟାଳୟ ନିକଟରେ ଫାଇଓଭର୍‌ ତଳେ କିଛି ବ୍ୟବସାୟୀ ପନିପରିବା ଓ ଫଳ ବ୍ୟବସାୟ କରୁଥିଲେ। ଶୁକ୍ରବାର ଦିନ ୧୧ଟା ପାଖାପାଖି କିଛି ଲୋକ ଆସି ଏସ୍‌ଏମସି କର୍ମଚାରୀ ବୋଲି କହି ସର୍ଭିସ୍‌ ରୋଡ୍‌ ଉପରେ ବସିବା ମନା ବୋଲି ସେମାନଙ୍କୁ କହିଥିଲେ। ତାପରେ ବାଧ୍ୟ କରି ସେମାନଙ୍କୁ ହଟାଇ ଦେଇଥିଲେ। କିନ୍ତୁ ଦୋକାନକୁ ସେମାନେ ହଟାଇ ଦେବା ପରେ ସେହି ସ୍ଥାନରେ ଏକାଧିକ କାର୍‌ ପାର୍କିଂ କରି ଦିଆଗଲା। ସର୍ଭିସ୍‌ ରୋଡ୍‌ ନାଁ କହି କର୍ମଚାରୀ ଛୋଟ ବ୍ୟବସାୟୀଙ୍କୁ ହଟାଉଥିବା ବେଳେ ପାର୍କିଂ ହୋଇଥିବା ଗାଡ଼ିକୁ ହଟାଇ ନଥିଲେ। ଯଦି ତାହା ସର୍ଭିସ୍‌ ରୋଡ୍‌ ଥିଲା, ତେବେ ସେଠାରେ ପାର୍କିଂ କରାଯାଇଥିବା କାର୍‌ଗୁଡ଼ିକୁ କାହିଁକି ହଟା ଗଲା ନାହିଁ ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe