ପେଟ୍ରୋଲ୍‌ ପମ୍ପରୁ ଟିଟୋ ସଂପର୍କୀୟଙ୍କ ସୌଖୀନ୍‌ ଗାଡ଼ି ଜବତ

Advertisment
ପେଟ୍ରୋଲ୍‌ ପମ୍ପରୁ ଟିଟୋ ସଂପର୍କୀୟଙ୍କ ସୌଖୀନ୍‌ ଗାଡ଼ି ଜବତ

କୋରେଇ(ଯାଜପୁର) : ଯାଜପୁରର ପାଣିକୋଇଲି ପେଟ୍ରୋଲ ପମ୍ପ ନିକଟରୁ ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପର୍କୀୟଙ୍କ ଏକ ସୌଖୀନ ଗାଡ଼ିକୁ ଆଜି ପାଣିକୋଇଲି ପୁଲିସ ଜବତ କରିଛି। ଜବତ ଗାଡ଼ିଟି ସଏଦ୍‌ ସଦାମ ଅଲ୍ଲି ନାମରେ ପଞ୍ଜୀକୃତ ହୋଇଥିବା ବେଳେ ୨୦୧୭ ମସିହାର ମଡେଲ୍‌ ବୋଲି ଜଣାପଡ଼ିଛି। ଗ୍ୟାଙ୍ଗଷ୍ଟର୍‌ ଟିଟୋର ସାମ୍ରାଜ୍ୟ ଉପରେ ଏସ୍‌ଟିଏଫ୍‌ ଚଢଉ ଜାରି ରଖିଥିବା ବେଳେ ଠୁଳ କରିଥିବା କୋଟି କୋଟି ଟଙ୍କାର ସଂପତ୍ତିକୁ ଲୁଚାଇବା ପାଇଁ ତାର ସଂପର୍କୀୟ ଓ ସହଯୋଗୀମାନେ ଲାଗିପଡ଼ିଛନ୍ତି। ୧୬ ନମ୍ବର ଜାତୀୟ ରାଜପଥ (କଟକ-ବାଲେଶ୍ୱର) ପାର୍ଶ୍ୱ ପାଣିକୋଇଲିସ୍ଥିତ ଶର୍ମା ପେଟ୍ରୋଲ ପମ୍ପ ନିକଟରୁ ପୁଲିସ ଟୋୟୋଟା ଫର୍‌ଚୁନର୍‌ କାର (ଓଡି-୦୨ଏକେ୪୧୭୯)କୁ ଆଜି ରାତିରେ ଜବତ କରିଛି। ଏହି ଗାଡ଼ିକୁ ପାଲ ଘୋଡ଼ା ଯାଇ ରଖାଯାଇଥିଲା। କାର୍‌ଟିକୁ ଏଠାରେ ଦୁଇ ତିନି ଦିନ ପୂର୍ବରୁ ପାଲ ଢାଙ୍କି ଲୁଚାଇ ରଖାଯାଇଥିବା ଖବର ଏସଟିଏଫ୍‌ ଜାଣିବା ପରେ ସ୍ଥାନୀୟ ପୁଲିସକୁ ଆଜି ଖବର ଦେଇଥିଲେ। ପାଣିକୋଇଲି ଥାନା ପୁଲିସ ଆଜି ରାତିରେ ଚଢଉ କରି ଗାଡ଼ି ଜବତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe