କାର୍‌-ପିକ୍‌ଅପ୍‌ ଭ୍ୟାନ ଧକ୍କା; ୭ ଆହତ

Advertisment
କାର୍‌-ପିକ୍‌ଅପ୍‌ ଭ୍ୟାନ ଧକ୍କା; ୭ ଆହତ

ଢେଙ୍କିକୋଟ: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ସାନବରବେଡ଼ା ଛକ ନିକଟରେ ଆଜି ସକାଳ ସାଢ଼େ ୬ଟା ସମୟରେ କଟକ ଯାଉଥିବା ଏକ କାର୍‌ ସହ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ହେବାରୁ କାର୍‌ରେ ଥିବା ଦୁଇଜଣ ଓ ପିକ୍ଅପ୍‌ ଭ୍ୟାନ୍‌ରେ ଥିବା ୫ଜଣ ଆହତ ହୋଇଛନ୍ତି।

ପିକ୍‌ଅପ୍‌ ଭ୍ୟାନ୍‌ଟି ଭୁଲ ରାସ୍ତାରେ ଆସୁଥିଲା। ବର୍ଷା ଯୋଗୁଁ ଉଭୟ ଗାଡ଼ିର ଡ୍ରାଇଭର ସାମ୍ନା ଗାଡ଼ିକୁ ଠିକ୍‌ ଭାବେ ଦେଖି ନ ପାରିବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ପ୍ରଥମେ ଘଟଗାଁ ଓ ପରେ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଢେଙ୍କିକୋଟ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe