ମାଈ ହାତୀର ମୃତଦେହ ଠାବ, ବୃଦ୍ଧଙ୍କୁ କଚାଡ଼ି ଦେଲା ଦନ୍ତା

Advertisment
ମାଈ ହାତୀର ମୃତଦେହ ଠାବ, ବୃଦ୍ଧଙ୍କୁ କଚାଡ଼ି ଦେଲା ଦନ୍ତା

ଗଁଦିଆ/ହିନ୍ଦୋଳ: ରାଜ୍ୟର ଅନ୍ୟ ସ୍ଥାନ ଭଳି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ହାତୀ-ମଣିଷ ଲଢ଼େଇ ଜାରି ରହିଛି। କପିଳାସ ବନାଂଚଳ ଅନ୍ତର୍ଗତ ରମେଇ ସଂରକ୍ଷିତ ଜଂଗଲରେ ଏକ ମାଈ ହାତୀର ମୃତଦେହ ଠାବ ହୋଉଛି। ବନ ବିଭାଗର ପାଟ୍ରୋଲିଂ ଟିମ୍‌ ଆଜି ମାଈ ହାତୀର ମୃତଦେହ ଠାବ କରିଛନ୍ତି। ୧୭ଟିକିଆ ହାତୀପଲର ଏକ ସଦସ୍ୟ ଥିଲା ଏହି ମୃତ ମାଈ ହାତୀ। ୨ ଦିନ ପୂର୍ବରୁ ହାତୀଟି ମରିଥିବା ବନ ବିଭାଗର କର୍ମଚାରୀମାନେ ଅନୁମାନ କରୁଛନ୍ତି। ହାତୀ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

ଅନ୍ୟପଟରେ ‌ମେରାମଣ୍ଡଳୀ ସେକସନର ଓଡ଼ାପଡ଼ା ବନାଂଚଳ ଅନ୍ତଗର୍ତ ମୋଟଙ୍ଗା ଥାନା ଅଂଚଳର ଘୋଡାଡିଆ ଗାଁର ଦେବରାଜ ସେଠୀ (୬୫) ହାତୀ ଆକ୍ରମଣରେ ଜୀବନ ହରାଇଛନ୍ତି। ସୂଚନା ଅନୁସାରେ ଦେବରାଜ ସେଠୀ ଆଜି ଭୋରରୁ ନିଜ ଘର ପାଖରେ ଥିବା ନଳକୂଅକୁ ଗାଧୋଇବା ପାଇଁ ଯାଇ ଦନ୍ତାହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଫଳରେ ଦନ୍ତାହାତୀ ଦେବରାଜଙ୍କୁ ଶୂଣ୍ଢରେ ଟେକି କଚାଡ଼ି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ଢେଙ୍କାନାଳ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ଚାଷୀମାନଙ୍କର ଫସଲ ଅମଳ ସମୟ ଆସିଥିବା ବେଳେ ହାତୀମାନେ ଆସି ବ୍ୟାପକ ନଷ୍ଟ କରୁଛନ୍ତି। ହାତୀପଲଙ୍କ ଦ୍ଵାରା ବ୍ୟାପକ ଧନ-ଜୀବନ ନଷ୍ଟ ହେଉଥିବା ବେଳେ ବନ ବିଭାଗ କିମ୍ବା ପ୍ରଶାସନ ତରଫରୁ  କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଜନସାଧାରଣ କ୍ଷତିଗ୍ରସ୍ତ ହେବା ସହିତ ଭୟଭୀତ ହୋଇ କାଳାତିପାତ କରୁଥିବା ଦେଖିବାକୁ ମିଳୁଛି । ମୃତ ଦେବରାଜଙ୍କ ପରିବାରଙ୍କୁ ବନ ବିଭାଗ ତରଫରୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ବନପାଳ ସୁବାସ ଚନ୍ଦ୍ର ସାହୁଙ୍କ ଠାରୁ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe