ଟଙ୍କା ଲୋଭରେ ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେଇ ଅକଳରେ ମେଧାବୀ ଛାତ୍ର : କ୍ୟାରିଅର ବରବାଦ

Advertisment
ଟଙ୍କା ଲୋଭରେ ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେଇ ଅକଳରେ ମେଧାବୀ ଛାତ୍ର : କ୍ୟାରିଅର ବରବାଦ

dailynews.lk

ଟଙ୍କା ଲୋଭରେ ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେଇ ମେଧାବୀ ଛାତ୍ର ଅକଳରେ ପଡ଼ିଛନ୍ତି। ଖଣ୍ଡଗିରି ଥାନାରେ ଗିରଫ ହୋଇଥିବା ଆଦର୍ଶ ଜଣେ ମେଧାବୀ ଛାତ୍ର।। ସେ ଜୟପୁର ନେସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଆୟୁର୍ବେଦର ପ୍ରଥମ ବର୍ଷ ଛାତ୍ର ଥିବା ବେଳେ ରାଜସ୍ଥାନ ୟୁନିଭରସିଟି ଅଫ୍‌ ହେଲ୍ଥ ସାଇନ୍ସରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷାରେ ବେଶ୍‌ ଭଲ ପ୍ରଦର୍ଶନ କରି ‌ଯୋଗ୍ୟ ବିବେଚିତ ହୋଇଥିଲେ। ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ ଦଫା ୯ ସମେତ ୪୧୯/୪୨୦/୧୨୦ ଦଫାରେ ଗିରଫ ହୋଇଛନ୍ତି। ଏବେ ତାଙ୍କର କ୍ୟାରିୟର ପ୍ରଭାବିତ ହୋଇଛି। ତାଙ୍କ ସହିତ ସେ ଯାହାଙ୍କ ପାଇଁ ପରୀକ୍ଷା ଦେଉଥିଲେ ସେ ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ତାଙ୍କ କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇଛି। ୫ ଲକ୍ଷ ଟଙ୍କା ଦେଇ ସେ ଏହି ଦୁର୍ଭାଗ୍ୟକୁ କିଣିଛନ୍ତି ବୋଲି ଆଲୋଚନା ହେଉଛି। ସେହିଭଳି ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ବଡ଼ଗଡ଼ ଥାନାରେ ଧରା ପଡ଼ିଥିବା ନାବାଳକ। ଯୁକ୍ତ ଦୁଇରେ ବେଶ୍‌ ଭଲ ପ୍ରଦର୍ଶନ କରି ଏକ ସୁନ୍ଦର ଭବି‌ଷ୍ୟତର ସ୍ବପ୍ନ ଦେଖୁଥିବା ନାବାଳକ ନି ଭବିଷ୍ୟତକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ଅର୍ଥ ଲୋଭରେ ସେ ଏହି ଦୁର୍ଭାଗ୍ୟକୁ କିଣିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଗୋପ ବ୍ଲକ ରୁପାସା ଗ୍ରାମର ଯୁଧିଷ୍ଠିର ମଲ୍ଲିକ ଓୟୁଏଟି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିଲେ। ନକଲି ପରୀକ୍ଷାର୍ଥୀଙ୍କ ସହାୟତାରେ ଏହି ପ୍ରବେଶିକା ପରୀକ୍ଷା ପାସ୍‌ କରିବା ଚକ୍କରରେ ସିଜୁଆସ୍ଥିତ ଏନ୍‌ଏମ୍‌ଆଇଇଟିର ମାକେର୍ଟିଂ ଷ୍ଟାଫ୍‌ ରଣଜିତ କୁମାର ବେଉରାଙ୍କ ସହଯୋଗ ଲୋଡ଼ିଥିଲେ। ରଣଜିତ ଅନ୍ୟ ଜଣେ କର୍ମଚାରୀ ଅମିତ ସିଂହଙ୍କ ସହ ମିଶି ବିହାରର ଦଲାଲ ଅମିୟ ଭୂଷଣଙ୍କୁ ଯୋଗାଯୋଗ କରିଥିଲେ। ଶେଷରେ ନକଲି ପରୀକ୍ଷାର୍ଥୀ ଆଦର୍ଶ ଚୌଧୁରୀ ଠିକ୍‌ ହୋଇଥିଲେ। ଏଥିପାଇଁ ଯୁଧିଷ୍ଠିର ୫ ଲକ୍ଷ ଟଙ୍କା ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ନକଲି ପରୀକ୍ଷାର୍ଥୀଙ୍କ ସମେତ ଖଣ୍ଡଗିରି ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା। ବଡ଼ଗଡ଼ ଥାନା ପୁଲିସ ଜଣେ ନାବାଳକକୁ ଧରିଥିଲା। ଆଉ ୪ ଜଣ ପରୀକ୍ଷା ଦେଇ ଖସି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe