ନକଲି ସିମେଣ୍ଟ କାରଖାନାର କାର୍ପଟଦାର ଗିରଫ

Advertisment
ନକଲି ସିମେଣ୍ଟ କାରଖାନାର କାର୍ପଟଦାର ଗିରଫ

ଦାନଗଦୀ: ନକଲି ସିମେଣ୍ଟ କାରଖାନାର ମୁଖ୍ୟ କାର୍ପଟଦାରକୁ କଳିଙ୍ଗନଗର ପୁଲିସ କଟକରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଅନିରୁଦ୍ଧ ଦାସ (୩୨)। ଗତକାଲି ରାତିରେ କଟକର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଟେଲିକମ କଲୋନିରୁ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

କଳିଙ୍ଗନଗର ଥାନା ଗୋଲାଗାଁ ନିକଟରେ ଚାଲିଥିବା ନକଲି ସିମେଣ୍ଟ ତିଆରି କାରଖାନାକୁ ପୁଲିସ ସିଲ୍ କରିବା ପରେ ଜଣେ ପରେ ଜଣେ ବ୍ୟବସାୟୀଙ୍କ ସଂପୃକ୍ତି ସାମ୍‌ନାକୁ ଆସିବାରେ ଲାଗିଛି। ପୁଲିସ ଅନିରୁଦ୍ଧକୁ ଘଟଣାର ମାଷ୍ଟରମାଇଣ୍ଡ କହୁଥିବା ବେଳେ ସେ ଗୋଲା ଗାଁରେ ଆସି କେମିତି ଚୋରା ବ୍ୟବସାୟ କରୁଥିଲେ ଏବଂ ଏହି ନକଲି ସିମେଣ୍ଟକୁ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe