ପ୍ରସୂତିଙ୍କୁ ଖଟିଆରେ ବୋହିଲେ, ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ରାସ୍ତାରେ ସନ୍ତାନ ପ୍ରସବ

ପ୍ରସୂତିଙ୍କୁ ଖଟିଆରେ ବୋହିଲେ, ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ରାସ୍ତାରେ ସନ୍ତାନ ପ୍ରସବ

ଠାକୁରମୁଣ୍ଡା: ଗମନାଗମନ ସୁବିଧା ନ ଥିବାରୁ ଖଟିଆରେ ବୁହା ହୋଇ ଠାକୁରମୁଣ୍ଡା ଡାକ୍ତରଖାନାକୁ ଆସିଲେ ପ୍ରସୂତି। ହେଲେ  ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ରାସ୍ତାରେ ପିଲା ଜନ୍ମ କଲେ ପ୍ରସୂତି। ହସ୍‌ପିଟାଲ ପହଞ୍ଚିବା ପରେ ଉଭୟ ମା’ ଓ ଶିଶୁ ଗୁରୁତର ଥିବାରୁ କରଞ୍ଜିଆ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଠାକୁରମୁଣ୍ଡା  ପଞ୍ଚାୟତର ଖମୁଦିହା ଗ୍ରାମର ପୁରୁଣାପାଣି ସାହିରେ।

ଏହି ସାହିର ବିଜୟ ମୁଣ୍ଡୁରୀଙ୍କ ସ୍ତ୍ରୀ ନମିତା ମୁଣ୍ଡୁରୀଙ୍କର ଆଜି ଦିନ ଗୋଟାଏ ବେଳେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଗାଁକୁ ଚାରିଚକିଆ ଗାଡ଼ି କିମ୍ବା ଆମ୍ବୁଲାନ୍ସ ଯିବାର ସୁବିଧା ନଥିବାରୁ ନିରୁପାୟ ହୋଇ ଶେଷରେ ଗ୍ରାମର କିଛି ମହିଳା ପ୍ରସୂତିଙ୍କୁ ଖଟିଆରେ କାନ୍ଧେଇ ଠାକୁରମୁଣ୍ଡା ଡାକ୍ତରଖାନା ଅଭିମୁଖେ ବାହାରିଥିଲେ। ସ୍ବାମୀ ବିଜୟ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବରେ କାମ କରିବାକୁ ଯାଇଥିବା ବେଳେ ଗ୍ରାମର କିଛି ମହିଳା ଓ ପୁରୁଷ ପ୍ରସୂତିଙ୍କୁ ସହାୟତା କରିଥିଲେ। ତେବେ ଡାକ୍ତରଖାନା ପହଞ୍ଚିବାରେ ବିଳମ୍ବ ହେବାରୁ ରାସ୍ତାରେ ସନ୍ତାନ ପ୍ରସବ କରିଥିଲେ ନମିତା। ଡାକ୍ତରଖାନା ପହଞ୍ଚିବା ପରେ ଉଭୟ ମାଆପିଲାଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଡାକ୍ତର ତୁରନ୍ତ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe