ମାଳିପର୍ବତ ବକ୍ସାଇଟ ଖଣି ଜନଶୁଣାଣିକୁ ବିରୋଧ ମାମଲା: ଜବାବ ଦାଖଲ ପାଇଁ କେନ୍ଦ୍ରକୁ ୪ ସପ୍ତାହ ମହଲତ

Advertisment

ପରିବେଶ ମଞ୍ଜୁରୀ ପ୍ରସଙ୍ଗରେ ଅନ୍ତରୀଣ ଅଙ୍କୁଶ ବଳବତ୍ତର

ପରିବେଶ ମଞ୍ଜୁରୀ ପ୍ରସଙ୍ଗରେ ଅନ୍ତରୀଣ ଅଙ୍କୁଶ ବଳବତ୍ତର

ମାଳିପର୍ବତ ବକ୍ସାଇଟ ଖଣି ଜନଶୁଣାଣିକୁ ବିରୋଧ ମାମଲା: ଜବାବ ଦାଖଲ ପାଇଁ କେନ୍ଦ୍ରକୁ ୪ ସପ୍ତାହ ମହଲତ

The Bastion

କଟକ : ମାଳିପର୍ବତ ବକ୍ସାଇଟ ଖଣିକୁ ନେଇ ଅନୁଷ୍ଠିତ ଜନଶୁଣାଣିକୁ ବିରୋଧ କରି ଦାୟର ମାମଲାରେ ଜବାବ ଦାଖଲ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ହାଇକୋର୍ଟ ଚାରି ସପ୍ତାହ ମହଲତ ପ୍ରଦାନ କରିଛନ୍ତି।

୨୦୨୨, ଏପ୍ରିଲ ୧୮ରେ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶେଷ ସୁଯୋଗ ଭାବେ ଜବାବ ଦାଖଲପାଇଁ ଚାରି ସପ୍ତାହ ସମୟ ପ୍ରଦାନ କରାଯାଉ ବୋଲି ଦର୍ଶାଯାଇଥିଲା। ହାଇକୋର୍ଟ ଏଥିପାଇଁ ଅନୁମତି ଦେବାସହିତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧କୁ ଧାର୍ଯ୍ୟ କରିଛନ୍ତି। ୨୦୨୨, ଫେବ୍ରୁଆରି ୮ରେ ପରିବେଶ ମଞ୍ଜୁରୀ ପ୍ରସଂଗରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.‌କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନିରଂଜନ ଖିଲ୍ଲୋ ଓ ଅନ୍ୟମାନଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ ଫେବ୍ରୁଆରି ୮ରେ ହାଇକୋର୍ଟ ଏହି ଜନସ୍ବାର୍ଥ ମାମଲାର ଶୁଣାଣି କରି ଜନଶୁଣାଣିରେ ନିୟମ ଉଲ୍ଲଂଘନ ନେଇ ରହିଥିବା ଅଭିଯୋଗ ଉପରେ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପରିବେଶ ମଞ୍ଜୁରୀ ପ୍ରଦାନ ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ପ୍ରଦାନ କରାଯିବନାହିଁ ବୋଲି ହାଇକୋର୍ଟ କହିଥିଲେ। ମାମଲାର ବିବରଣୀ ଅନୁଯାୟୀ, କେତେକ ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ଜନ ଶୁଣାଣି କରାଯାଇଥିଲା ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିୟମ ଉଲ୍ଲଂଘନ କରି ସ୍ଥାନୀୟ ବାସିନ୍ଦାଙ୍କୁ ଏହି ଜନ ଶୁଣାଣିରୁ ଜାଣିଶୁଣି ଦୂରରେ ରଖାଯାଇଥିଲା। ଏପରି ଜନ ଶୁଣାଣି ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେରାପୁଟ ଜିଲ୍ଲାପାଳ ଏଡିଏମ, ଏସପି, କେନ୍ଦ୍ର ସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe