ଜିଲ୍ଲାପରିଷଦ ସଭ୍ୟାଙ୍କୁ ଦୁର୍ବ୍ୟବହାର ଘଟଣା: ବିଧାୟକଙ୍କ ନାଁରେ ମାମଲା

Advertisment
ବିଧାନସଭା ଅଚଳ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ, ବିଜେଡି କହିଲା ଅସମ୍ଭବ

କେନ୍ଦୁଝର : କେନ୍ଦୁଝର ୩ ନମ୍ବର ଜୋନ୍‌ ବିଜେପି ଜିଲ୍ଲାପରିଷଦ ସଭ୍ୟା ଅସୀମା ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣାରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ନାମରେ ଆନନ୍ଦପୁର ଥାନାରେ ମାମଲା ରୁଜୁ ହୋଇଛି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ତାଙ୍କ ବିରୋଧରେ କେସ୍‌ ନମ୍ବର ୨୪/୨୩ ଦଫା ୨୯୪ ଓ ୫୦୬ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଦେବକୀ ନାଏକ କହିଛନ୍ତି।

୨୦୨୨ ଅଗଷ୍ଟ ୩୦ ତାରିଖରେ ଆନନ୍ଦପୁର ପଞ୍ଚାୟତ ସମିତିର ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ବେଳେ ଜିଲ୍ଲାପରିଷଦ ସଭ୍ୟା ଅସୀମା ମିଶ୍ରଙ୍କୁ ବିଧାୟକ ଶ୍ରୀ ସେଠୀ ଗାଳିଗୁଲଜ କରିବା ସହ ବୈଠକରୁ ବାହାରିଯିବାକୁ କହିଥିବା ଅଭିଯୋଗ ହୋଇଥିଲା। ଏନେଇ ଜିଲ୍ଲାପରିଷଦ ସଭ୍ୟା ଅସୀମା ମିଶ୍ର ଆନନ୍ଦପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ତାଙ୍କ ଏତଲା ଆଧାରରେ ମାମଲା ରୁଜୁ ନ କରିବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦେଶକ‌୍ରମେ ବିଧାୟକଙ୍କ ନାମରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe