ପପୁ ପମ୍‌ପମ୍‌ଙ୍କ ବିରୋଧରେ ମାମଲା; ପୀଡ଼ିତାଙ୍କ ସାକ୍ଷ୍ୟ ଗ୍ରହଣ

Advertisment
ପପୁ ପମ୍‌ପମ୍‌ଙ୍କ ବିରୋଧରେ ମାମଲା; ପୀଡ଼ିତାଙ୍କ ସାକ୍ଷ୍ୟ ଗ୍ରହଣ

www.facebook.com

କଟକ : ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ବପ୍ରକାଶ ଶତପଥୀଙ୍କ ବିରୋଧରେ କାଷ୍ଟିଂ କାଉଚ ‌ଅଭିଯୋଗ ନେଇ ବିଚାରାଧୀନ ମାମଲାରେ ସାକ୍ଷ୍ୟ ଗ୍ରହଣ ହୋଇଛି। ଭୁବନେଶ୍ବର ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତରେ ମାମଲାର ଶୁଣାଣି ସମୟରେ ପୀଡିତା ନାବାଳିକା ତଥା ମାମଲାର ମୁଖ୍ୟ ସାକ୍ଷୀ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଘଟଣା ସମୟରେ ତାଙ୍କର ବୟସ ୧୭ ବର୍ଷ ହୋଇଥିବା ବେଳେ ମାଜି‌‌ଷ୍ଟ୍ରେଟଙ୍କ ନିକଟରେ ସେ ଜମାନବନ୍ଦୀ ଦେଇଥିବା କଥା ସ୍ବୀକାର କରିଥିବା ଜଣାପଡ଼ିଛି। ଶୁଣାଣି ସମୟରେ ମାମଲାର ଉଭୟ ଅଭିଯୁକ୍ତ ଅଦାଲତରେ ଉପସ୍ଥିତ ଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ନାବାଳିକା ଅସଦାଚରଣ ଘଟଣାରେ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତିର ସଦସ୍ୟା ନିରୁପମା ରଥ ଭୁବନେଶ୍ବର ମହିଳା ଥାନାରେ ଦେଇଥିବା ତଦନ୍ତ ରିପୋର୍ଟକୁ ଭିତ୍ତି କରି ୨୦୧୬, ଜୁନ ୨୭ରେ ପପୁ ଓ ପ୍ରଦୀପ କୁମାର ସ୍ବାଇଁ ଓରଫ ଗିଟୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଚାର୍ଜସିଟ ଦାଖଲ ପରେ ମାମଲାର ଅଦାଲତରେ ଶୁଣାଣି ଚାଲିଛି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଦେବସ୍ନାନ ଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe