ରଥଯାତ୍ରା ସ୍ଥଗିତ ରଖିବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

Advertisment
ରଥଯାତ୍ରା ବନ୍ଦ ପାଇଁ ମାମଲା କରିନୁ: ଭାରତ ବିକାଶ ପରିଷଦ

image source-new india express

କଟକ: କରୋନା ଭୂତାଣୁ ସଂକ୍ରମଣକୁ ‌ନେଇ ଦେଖାଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ସ୍ଥଗିତ ରଖିବାକୁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି।

ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସାରାଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବାବେଳେ ଦିନକୁ ଦିନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୁରୀରେ ମଧ୍ୟ କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା କରାଯାଉଛି। ସାଂପ୍ରତିକ ସ୍ଥିତିରେ ମୁକ୍ତିମଣ୍ଡପ, ଭକ୍ତ, ସେବକ ଓ ଶ୍ରଦ୍ଧାଳୁଙ୍କ ସୁସ୍ଥତା ଉପରେ ଗୁରୁତ୍ବାରୋପ କରି ରଥଯାତ୍ରା ବନ୍ଦ ରହିଲେ ହାନିକାରକ ନୁହେଁ ବୋଲି ମତ ରଖିଛନ୍ତି। ଏଥିସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ଏକ ଆଲେଖ୍ୟରେ ୪୨୫ ବର୍ଷର ଶ୍ରୀଜଗନ୍ନାଥଙ୍କ ଇତିହାସରେ ୩୨ ଥର ରଥଯାତ୍ରା ବିଭିନ୍ନ ବର୍ଷ ବନ୍ଦ ଥିବା ସଂପର୍କରେ ଉଲ୍ଲେଖ କରାଯାଇଥିଲା ବୋଲି ମଧ୍ୟ ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀ ମୁକ୍ତିମଣ୍ଡପର ଲିଖିତ ମତାମତ ସହିତ ଶ୍ରୀ ମିଶ୍ରଙ୍କ ପ୍ରକାଶିତ ଲେଖାର ନକଲ ଆବେଦନ ସହିତ ଦାଖଲ କରିଛନ୍ତି। ଇତିମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିବାବେଳେ ଜୁନ୍ ୨୩ରେ ରଥଯାତ୍ରା ଦିନ ଏହି ସଂଖ୍ୟା ବହୁ ଅଧିକ ହୋଇଥିବ ବୋଲି ଅନୁମାନ କରାଯାଉଛି। ଲକ୍‌ଡାଉନ ଅବଧି ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ପ୍ରସଂଗରେ ଆବେଦନକାରୀ ସରକାରଙ୍କ ନିକଟରେ ଅଭିଯୋଗ କରିଥିବାବେଳେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଜୁନ୍ ୨୩ରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ରଖାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ସ୍ବାସ୍ଥ୍ୟ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, କମିଟି ଅଧ୍ୟକ୍ଷ ଗଜପତି ମହାରାଜ, ପୁରୀ ଜିଲ୍ଲାପାଳ, ଏସ୍‌ପି, ପୁଲିସ ଡିଜି ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe