ମାଳିପର୍ବତ ବକ୍ସାଇଟ ଖଣି ଜନଶୁଣାଣି ବିରୋଧରେ ମାମଲା: କେନ୍ଦ୍ରକୁ ଜବାବ ଦାଖଲ ନିର୍ଦ୍ଦେଶ

Advertisment

ପରିବେଶ ମଞ୍ଜୁରୀ ଉପରେ ଅନ୍ତରୀଣ ଅଙ୍କୁଶ

ପରିବେଶ ମଞ୍ଜୁରୀ ଉପରେ ଅନ୍ତରୀଣ ଅଙ୍କୁଶ

ମାଳି ପର୍ବତ ବକ୍ସାଇଟ ଖଣିକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ପରିବେଶ ମଞ୍ଜୁରୀ ପାଇଁ ପୁଣି ହେବ ଜନଶୁଣାଣି

en.gaonconnection.com

କଟକ : ମାଳିପର୍ବତ ବକ୍ସାଇଟ ଖଣିକୁ ନେଇ ଅନୁଷ୍ଠିତ ଜନଶୁଣାଣିକୁ ବିରୋଧ କରି ଦାୟର ମାମଲାରେ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପୂର୍ବରୁ ରାଜ୍ୟ ସରକାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜବାବ ଦାଖଲ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଜବାବ ଦାଖଲ କରାଯାଇ ନଥିବା ଗୁରୁବାର ଦିନ ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ଏପ୍ରିଲ ୧୧ ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜବାବ ଉପରେ ଆବେଦନକାରୀ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିଜବାବ ଦାଖଲ କରିବେ। ଏଥିସହିତ ୨୦୨୨, ଫେବ୍ରୁଆରି ୮ରେ ପରିବେଶ ମଞ୍ଜୁରୀ ପ୍ରସଂଗରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.‌କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନିରଂଜନ ଖିଲ୍ଲୋ ଓ ଅନ୍ୟମାନଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଫେବ୍ରୁଆରି ୮ରେ ହାଇକୋର୍ଟ ଏହି ଜନସ୍ବାର୍ଥ ମାମଲାର ଶୁଣାଣି କରି ଜନ ଶୁଣାଣିରେ ନିୟମ ଉଲ୍ଲଂଘନ ନେଇ ରହିଥିବା ଅଭିଯୋଗ ଉପରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପରିବେଶ ମଞ୍ଜୁରୀ ପ୍ରସଂଗରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ମାଳିପର୍ବତ ବକ୍ସାଇଟ ଖଣି ପାଇଁ ଏ ପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇ ନାହିଁ। ଯଦି ପରିବେଶ ମଞ୍ଜୁରୀ ଏ ପର୍ଯ୍ୟନ୍ତ ଦିଆଯାଇ ନଥିବ ତେବେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହା ପ୍ରଦାନ କରାଯିବ ନାହିଁ ବୋଲି ହାଇକୋର୍ଟ ଫେବ୍ରୁଆରି ୮ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପି.‌କେ.ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe