ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା

Advertisment

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରସଙ୍ଗ

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରସଙ୍ଗ

ତୃତୀୟ ମହଲାକୁ ଟାର୍ଗେଟ୍‌ ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ : ସମୟ ଆସିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ:କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ମାମଲା ରୁଜୁ ହୋଇଛି। ପୁରୀ ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ ସଚେତନ ନାଗରିକ ମଞ୍ଚର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଆଜି ବିଧିବଦ୍ଧ ଭାବେ ଏତଲା ଦେବା ପରେ ମାମଲା(୧ ସିସି ନଂ.୪୨/୧୮) ରୁଜୁ ହୋଇଛି। କୁନ୍ଦୁଲି ପୀଡ଼ିତା ପୁଲିସ୍‌ ପାଖରୁ ହତାଶ ହେବା ପରେ ଏସ୍‌ପି, ଜିଲ୍ଲାପାଳ ପୁଲିସ୍‌ ଡିଜିଙ୍କୁ ନ୍ୟାୟ ପାଇଁ ଲେଖିଥିଲେ ମଧ୍ୟ ନ୍ୟାୟ ପାଇନଥିବାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରଣାଳୟକୁ ନିଜ ହାତରେ ରଖିଛନ୍ତି। ଏହି ବିଭାଗର ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବାରୁ ଏଥିପାଇଁ ବିଭାଗର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ପିଟିସନରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe