ବାରବାଟୀ ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ମାନବାଧିକାର କମିସନରେ ମାମଲା: ଅଗ୍ନିଶମ ଡିଜି, ଜିଲ୍ଲାପାଳ, ଓଡ଼ିଶା ଅଲିମ୍ପିକ ସ˚ଘକୁ ନୋଟିସ୍‌

Advertisment
ବାରବାଟୀ ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ମାନବାଧିକାର କମିସନରେ ମାମଲା: ଅଗ୍ନିଶମ ଡିଜି, ଜିଲ୍ଲାପାଳ, ଓଡ଼ିଶା ଅଲିମ୍ପିକ ସ˚ଘକୁ ନୋଟିସ୍‌

Sambad

କଟକ : ବାରବାଟୀ ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଓଡ଼ିଶା ମାନବାଧିକାର କମିସନ୍‌ଙ୍କ ନିକଟରେ ପୁଣି ଏକ ମାମଲା ଦାୟର ହୋଇଛି। ମାମଲାର ଶୁଣାଣି କରି ଅଗ୍ନିଶମ ଡିଜି, କଟକ ମୁଖ୍ୟ ଅଗ୍ନିଶମ ଅଧିକାରୀ, କଟକ ଜିଲ୍ଲାପାଳ, ଓଡ଼ିଶା ଅଲିମ୍ପିକ ସ˚ଘ ସମ୍ପାଦକଙ୍କୁ କମିସନ୍‌ ନୋଟିସ ଜାରି କରିଛନ୍ତି। ସେପ୍ଟେମ୍ବର୍‌ ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମାମଲାର ବିବରଣୀ ଅନୁଯାୟୀ, ବାରବାଟୀ ଷ୍ଟାଡିୟମ୍‌ରେ ବହୁତଳ ବିଶିଷ୍ଟ କୋଠା ରହିଥିଲା ବେଳେ ଶିକ୍ଷାନୁଷ୍ଠାନ, ବିବାହ ମଣ୍ତପ, କ୍ଲବ୍‌, କନଫରେନ୍‌ସ ହଲ୍‌, କ୍ରୀଡ଼ାବିତ୍‌ଙ୍କ ଛାତ୍ରାବାସ, କ୍ରୀଡ଼ା ସ˚ଘ, ଗେଷ୍ଟ ହାଉସ୍‌, ବ୍ୟାବସାୟିକ ଅନୁଷ୍ଠାନ, ହୋଟେଲ୍‌, ରେଷ୍ଟୁରାଣ୍ଟ ଇତ୍ୟାଦି ରହିଛି। ହେଲେ ଏଠାରେ ନିୟମ ଅନୁସାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ବାରବାଟୀ ଷ୍ଟାଡିୟମ୍‌ଠୁ ଅଳ୍ପ ଦୂରରେ ଅଗ୍ନିଶମ ନିର୍ଦ୍ଦେଶାଳୟ ରହିଛି। କିନ୍ତୁ ଅଗ୍ନିଶମ ଡିଜି ଓ କଟକ ଅଗ୍ନିଶମ ଅଧିକାରୀ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ମାନବାଧିକାର କର୍ମୀ ବନମାଳୀ ଜେନା ଏକ ପତ୍ର ମାଧ୍ୟମରେ ମାନବାଧିକାର କମିସନ୍‌ଙ୍କୁ ଜଣାଇଥିଲେ। କମିସନଙ୍କ ପକ୍ଷରୁ ଏହି ଅଭିଯୋଗକୁ ଗ୍ରହଣ କରାଯିବା ସହିତ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ନୋଟିସ ଜରିଆରେ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe