ବିଧାୟକ ବଳଭଦ୍ର ମାଝୀଙ୍କ ନାମରେ ମାମଲା

ଜିଲ୍ଲା ପରିଷଦ ସଦସ୍ୟାଙ୍କ ପରିବାରକୁ ଧମକ

ବିଧାୟକ ବଳଭଦ୍ର ମାଝୀଙ୍କ ନାମରେ ମାମଲା

ଭବାନୀପାଟଣା : କଳାହାଣ୍ଡିର ଜଣେ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପରିବାରକୁ ବିଧାୟକ ବଳଭଦ୍ର ମାଝୀ ଧମକ ଦେଇଥିବା ନେଇ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଲାଞ୍ଜିଗଡ଼ ବ୍ଲକର ବାତେରଲିମା ପଞ୍ଚାୟତ ପାଖରେ ଏକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଭୂମି ପୂଜନ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ, ତାଙ୍କ ପତ୍ନୀ ତଥା ପୂର୍ବ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝୀ ଯୋଗ ଦେଇଥିଲେ। ଜୋନ ନଂ୨ର ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ମାଝୀଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇ ନଥିଲା। କାହିଁକି ତାଙ୍କୁ ଏହି କାର୍ଯ୍ୟକ୍ରମରେ ଡକାଗଲା ନାହିଁ ବୋଲି ବିଧାୟକଙ୍କୁ କଳ୍ପନା ମାଝୀ ଓ ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ମାଝୀ ପ୍ରଶ୍ନ କରିଥିଲେ। ତେବେ ବିଧାୟକ ସେମାନଙ୍କୁ ଗାଳିଗୁଲଜ କରିଥିଲେ। ସଭା ଶେଷ ହେବା ପରେ ବିଧାୟକ ଶ୍ରୀ ମାଝୀ ପୁଣି ତାଙ୍କ ପରିବାରକୁ ଧମକ ଦେଇଥିବା ଦର୍ଶାଇ ପ୍ରଫୁଲ୍ଲ ମାଝୀ ବୁଧବାର ବିଧାୟକ ବଳଭଦ୍ରଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସ ଘଟଣାକୁ ଚପାଇବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ବିଜେପି ପକ୍ଷରୁ ବୁଧବାର ସନ୍ଧ୍ୟାରେ ଲାଞ୍ଜିଗଡ଼ ଥାନା ଘେରାଉ କରାଯାଇଥିଲା। ପରେ ଏନେଇ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ବିଧାୟକ ଶ୍ରୀ ମାଝୀଙ୍କ ନାମରେ କେସ୍‌ ନଂ ୫୭ ଦଫା ୨୯୪, ୫୦୬ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe