କରୋନା ରୋଗୀଙ୍କ ଚିକିତ୍ସାରେ ଅବହେଳା ଶୁଣାଣିର ପୂର୍ଣ୍ଣଚ୍ଛେଦ, ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

ଶିକ୍ଷକ ଯୋଗ୍ୟତା ପରୀକ୍ଷା ବିଜ୍ଞପ୍ତିକୁ ହାଇକୋର୍ଟରେ ଚାଲେଞ୍ଜ୍‌

ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

କଟକ : ରାଜ୍ୟର ସରକାରୀ ଓ ଘରୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାରେ ଅବହେଳା ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପୂର୍ବ ନିର୍ଦ୍ଦେଶ ଅନୁସାରେ କରୋନା ଚିକିତ୍ସାରେ ଅବହେଳାର ଶିକାର ହୋଇଥିବା ପୀଡ଼ିତଙ୍କ ସତ୍ୟପାଠ ଦାଖଲ କରାଯାଇ ନଥିବାରୁ ଘଟଣାର ତଦନ୍ତ ପ୍ରସଂଗରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନାକରିଥିଲେ। ଏଥି ସହିତ ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଥିଲେ।

ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡକ୍ଟର ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ବିପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କରୋନା ସଂକ୍ରମଣ ସାରା ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ରହିଥିବା ବେଳେ କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ କିନ୍ତୁ ସରକାରଙ୍କ ନିର୍ଦ୍ଦେଶାବଳୀ କଡାକଡି ପାଳନ କରାଯାଉ ନାହିଁ ବୋଲି ଦର୍ଶାଇ ଆବେଦନକାରୀ ଏହି ମାମଲା ରୁଜୁ କରିଥିଲେ।

ଶିକ୍ଷକ ଯୋଗ୍ୟତା ପରୀକ୍ଷା ବିଜ୍ଞପ୍ତିକୁ ହାଇକୋର୍ଟରେ ଚାଲେଞ୍ଜ୍‌
କଟକ : ଓଏସଏସଟିଇଟି (ଓଡ଼ିଶା ମାଧ୍ୟମିକ ସ୍କୁଲ୍‌ ଶିକ୍ଷକ ଯୋଗ୍ୟତା ପରୀକ୍ଷା) ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) ବର୍ଗରେ ପ୍ରାର୍ଥୀଙ୍କ ଲାଗି ଧାର୍ଯ୍ୟ କରାଯାଇଥିବା ଶିକ୍ଷାଗତ ଯୋଗ୍ୟତା ଆଧାରରେ ଚୟନ ପ୍ରକ୍ରିୟା ଜାରି ରହିପାରିବ। କିନ୍ତୁ ହାଇକୋର୍ଟଙ୍କ ବିନା ଅନୁମତିରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଅଗଷ୍ଟ ୧୩ ପର୍ଯ୍ୟନ୍ତ ନିଆଯାଇ ପାରିବ ନାହିଁ। ଓଏସଏସଟିଇଟିରେ ପିଇଟି ବର୍ଗରେ ପ୍ରାର୍ଥୀଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ଶିକ୍ଷାଗତ ଯୋଗ୍ୟତାକୁ ବେଆଇନ ଦର୍ଶାଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ମାଧ୍ୟମିକ ଶିକ୍ଷା ପରିଷଦକୁ ହାଇକୋର୍ଟ ନୋଟିସ୍ ଜାରି କରି ମାମଲାରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଡକ୍ଟର ବିଆର୍‌ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିବ୍ୟରଂଜନ ଖଣ୍ଡେଇ ଓ ଅନ୍ୟ ୪ ଜଣଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶାଶ୍ବତ ଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe