ଆଚରଣବିଧି ଉଲ୍ଲଂଘନ ନେଇ ଥାନାରେ ମାମଲା

Advertisment
ଆଚରଣବିଧି ଉଲ୍ଲଂଘନ ନେଇ ଥାନାରେ ମାମଲା

ଖଡ଼ିଆଳ : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ଅନ୍ତର୍ଗତ ଦୋହେଲପଡା ପଞ୍ଚାୟତର ବହଲପଦର ଗ୍ରାମରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ବଲ୍‌ବ ସଂଯୋଗ କରାଯାଉଥିବା ନେଇ ଦୋହେଲପଡା ଗ୍ରାମର ସୁରେନ୍ଦ୍ର ବେହେରା ଖଡ଼ିଆଳ ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୧୪ ତାରିଖରେ କଂଗ୍ରେସ କର୍ମୀମାନେ ଏକ ପିକ୍‌ଅପ୍‌ ବଲେରୋ (ଓଡି-୨୬ ସି-୨୮୩୩)ରେ ବିଦ୍ୟତ୍‌ ସାମଗ୍ରୀ ନେଇ ବହଲପଦର ଗ୍ରାମରେ ଥିବା ଖମ୍ବଗୁଡ଼ିକରେ ଲଗାଉଥିଲେ। ଏହି ସମୟରେ ଦୋହେଲପଡ଼ା ସରପଞ୍ଚ ପ୍ରାର୍ଥିନୀ ଦୀପିକା ବେହେରାଙ୍କ ଭୋଟ ପ୍ରଚାର ପାଇଁ ମକାରୁ ହିଆଲ, ଜଳମଣି ହିଆଲ, ଶଙ୍କର ଦୀପ, ଜଗଦୀଶ ହରିଜନ, ଟିକଚନ ବେହେରା, ଦିବ୍ୟଲୋଚନ ବେହେରା ଯାଇଥିଲେ। ସେତେବେଳେ ଗ୍ରାମର ଖୁଣ୍ଟଗୁଡ଼ିକରେ ବଲ୍‌ବ ସଂଯୋଗ ନକରିବାକୁ କହିଥିଲେ। ଏ ନେଇ କଂଗ୍ରେସ କର୍ମୀ ଭୀମରାଜ ବେହେରା, ଚନ୍ଦ୍ରଧ୍ୱଜ ବେହେରା, ତକ୍ଷ ବେହେରା, ରୁଦ୍ର ବେହେରା, ରାଜକିଶୋର ବେହେରା, ଗିରି ବେହେରା, ରୁଦ୍ରାକ୍ଷ ବେହେରା, ତରୁଣାକ୍ଷ ବେହେରା ଏବଂ ଦଶମୁ ବେହେରାଙ୍କ ସମେତ ୧୮ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଏସ୍‌ଆଇ ନବଘନ ଗୌଡ଼ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe