ଯୁବକଙ୍କ ନାମରେ ମାମଲା ରୁଜୁ, ପଜିଟିଭ ଥାଇ ବୁଲୁଥିଲେ

ଯୁବକଙ୍କ ନାମରେ ମାମଲା ରୁଜୁ, ପଜିଟିଭ ଥାଇ ବୁଲୁଥିଲେ

Twitter

ବୌଦ୍ଧ : କୋଭିଡ ସଂକ୍ରମିତ ହୋଇ ସଙ୍ଗରୋଧର ରହିବା ପରିବର୍ତ୍ତେ ବାହାରେ ବୁଲିବା ଯୁବକଙ୍କୁ ମହଙ୍ଗା ପଡ଼ିଛି। ବୌଦ୍ଧ ଟାଉନ ଥାନା ପୁଲିସ ସମ୍ପୃକ୍ତ ଯୁବକଙ୍କ ନାମରେ ମାମଲା ରୁଜୁ କରିଛି।

ଅଭିଯୋଗ ଅନୁସାରେ ବୁଟୁପାଲି ପୁଲିସ କଲୋନିରେ ରହୁଥିବା ଜଣେ ପୁଲିସ ଅଧିକାରୀଙ୍କ ପୁଅ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଗୃହାବଦ୍ଧ ରହିବା ପରାମର୍ଶ ଦିଆଯାଇଥିଲା। ହେଲେ ସେ ସୋମବାର ଦିନ ୧୧ଟାରେ ବସଷ୍ଟାଣ୍ଡ ଅଞ୍ଚଳରେ ବୁଲାବୁଲି କରୁଥିଲେ। ବାଇକ ରଖିବା ବେଳେ ସେଠାରେ କାର୍ଯ୍ୟରତ ମହିଳା ଗୃହରକ୍ଷୀ ତାଙ୍କୁ ବାଇକ ସାଇଡ୍‌ କରିବାକୁ କହିଥିଲେ। ପଜିଟିଭ ଥିବା ସତ୍ତ୍ବେ କାହିଁକି ବାହାରେ ବୁଲୁଛୁ ବୋଲି ତାଗିଦ କରିଥିଲେ। ଏଥିରେ ଯୁବକ ଜଣକ ରାଗିଯାଇ ଗୃହରକ୍ଷୀଙ୍କୁ ଗାଳି ଗୁଲଜ କରିଥିଲେ। ଏ ନେଇ ଗୃହରକ୍ଷୀଙ୍କ ଅଭିଯୋଗକୁ ଭତ୍ତି କରି ସଙ୍ଗରୋଧ ନିୟମ ଉଲ୍ଲଂଘନ ଅଭିଯୋଗରେ ଯୁବକଙ୍କ ନାମରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe