କିରାସିନି ଢାଳି ସ୍ତ୍ରୀକୁ ପୋଡ଼ି ହତ୍ୟା ମାମଲା: ସ୍ବାମୀକୁ ସାଢ଼େ ୧୩ବର୍ଷ ସଶ୍ରମ କାରାଦଣ୍ଡ

Advertisment
ମହିଳାଙ୍କ ଆତ୍ମହତ୍ୟା ଘଟଣା, ସ୍ବାମୀ ଜେଲ୍‌ ଗଲେ

Work of the World

ବ୍ରହ୍ମପୁର: ଅଧିକ ଯୌତୁକ ଦାବି କରି ପତ୍ନୀକୁ ନିର୍ଯାତନା ଦେବା ସହ ଦେହରେ କିରାସିନି ଢାଳି ହତ୍ୟା ମାମଲାରେ ଅଭିଯୁକ୍ତ ସ୍ବାମୀ ଆଜି କୋର୍ଟରେ ଦୋ‌ଷୀ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି। ଜରଡ଼ା ଥାନା ଅଂଚଳରେ ୨୦୧୫ମସିହାରେ ହୋଇଥିବା ଏହି ମାମଲାର ବିଚାରଣା କରି ଗଂଜାମ ଜିଲ୍ଲା ଅତିରିକ୍ତ ଦୌରାଜଜ୍ (ଏଡିଜେ-୩ୟ) ରାଜକୁମାର ଦାସ ଆଜି ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ଉପଯୁକ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ସ୍ବାମୀକୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ତାକୁ ୧୩ବର୍ଷ ୬ମାସ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା, ଏହା ଅନାଦେୟ ହେଲେ ଅଧିକ ୩ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଥିବା ଜଣାପଡ଼ିଛି। ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ହେଲା ଜରଡ଼ା ଥାନା ନନ୍ଦିଗାଁର ବୈରାଗୀ ନାୟକ (୪୭)।

ସୂଚନା ମୁତାବକ, ବୈରାଗୀ ତଣ୍ଡିପୁର ଗ୍ରାମର ସ୍ବପ୍ନାଙ୍କୁ ବିବାହ କରିଥିଲା। କିଛିଦିନ ପରେ ଅଧିକ ଯୌତୁକ ଦାବି କରି ସ୍ବପ୍ନାଙ୍କୁ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ଘଟଣା ଦିନ ସେ ସ୍ତ୍ରୀଙ୍କୁ ମାଡ଼ମାରି କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା। ଏଥିରେ ସ୍ବପ୍ନାଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥିତ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ। ବୈରାଗୀ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା। ସ୍ବପ୍ନାଙ୍କ ମା ଜରଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବୈରାଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିବା ପରେ ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏପର୍ଯ୍ୟନ୍ତ ସେ ବିଚରାଧୀନ ବନ୍ଦୀ ଭାବେ ଜେଲ୍‌ରେ ଥିଲା। ଏହି ମାମଲାର ବିଚାରଣା ଏଡିଜେ-୩ୟଙ୍କ କୋର୍ଟରେ ହୋଇଥିଲା। ପୁଲିସର ଚାର୍ଜସିଟ୍ ସହ ୨୩ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଜଜ୍ ଆଜି ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ କ୍ୟାଡର୍‌ ଅତିରିକ୍ତ ପିପି ବିକ୍ରମ କୁମାର କୁଣ୍ଡୁ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe