ଇଟା କାରଖାନାକୁ ସରକାରୀ ଅର୍ଥରେ ରାସ୍ତା ନିର୍ମାଣ ମାମଲା: ଓକିଲଙ୍କ ମାଧ୍ୟମରେ ପକ୍ଷ ରଖିଲେ ବ୍ଲକ ଅଧ୍ୟକ୍ଷ

ଇଟା କାରଖାନାକୁ ସରକାରୀ ଅର୍ଥରେ ରାସ୍ତା ନିର୍ମାଣ ମାମଲା: ଓକିଲଙ୍କ ମାଧ୍ୟମରେ ପକ୍ଷ ରଖିଲେ ବ୍ଲକ ଅଧ୍ୟକ୍ଷ

ଧର୍ମଶାଳା : ଧର୍ମଶାଳା ବ୍ଲକ୍ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟଙ୍କ ଇଟା କାରଖାନାକୁ ସରକାରୀ ଅର୍ଥରେ ରାସ୍ତା ନିର୍ମାଣ ହୋଇଥିବା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଲୋକାୟୁକ୍ତ  ଏଲୱାଇ-୮୬/୨୦୨୩ରେ ଏକ ମାମଲା ରୁଜୁ କରିବା ସହିତ ଯାଜପୁର ଜିଲ୍ଲାପାଳ, ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବଳବନ୍ତରାୟ, ଧର୍ମଶାଳା ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ ଲିଙ୍ଗରାଜ ପଣ୍ତା, ଜିପିଟିଏ ରତ୍ନାକର ସାହୁ ଓ ଧର୍ମଶାଳା ତହସିଲଦାରଙ୍କୁ ୪ସପ୍ତାହ ମଧ୍ୟରେ ପକ୍ଷ ରଖିବାକୁ ନିର୍ଦେଶ ଦେଇଥିଲେ। ଲୋକାୟୁକ୍ତଙ୍କ ସମନକ୍ରମେ ଅଧ୍ୟକ୍ଷ ଶ୍ରୀ ବଳବନ୍ତରାୟ ନିଜ ଓକିଲ ମାଧ୍ୟମରେ ନିଜ ପକ୍ଷ ରଖିଛନ୍ତି।

ସେହିପରି ଅଭିଯୋଗକାରୀ ଶ୍ରୀ ବେହୁରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଲିଙ୍ଗରାଜ ପଣ୍ତା ଓ ଜିପିଟିଏ ରତ୍ନାକର ସାହୁ ହାଜର ହୋଇ ନିଜ ନିଜର ପକ୍ଷ ରଖିଥିବା ବେଳେ ଯାଜପୁର ଜିଲ୍ଲାପାଳ, ଧର୍ମଶାଳା ତହସିଲଦାର ଓ ବିଡିଓ ପତ୍ର ମାଧ୍ୟମରେ ମତ ରଖିଥିଲେ। ତେବେ ସନ୍ତୋଷଜନକ ଉତ୍ତର ନପାଇବାରୁ ଲୋକାୟୁକ୍ତ ଡାଇରେକ୍ଟର ଅଫ୍ ଇନକ୍ବାରୀ ଏହାର ତଦନ୍ତ କରିବା ସହିତ ୪୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ, ଧର୍ମଶାଳା ତହସିଲ ଅନ୍ତର୍ଗତ ସୁନ୍ଦୁରିଆ ପଞ୍ଚାୟତ ବଡ଼ରୁଖା ମୌଜାରେ ଥିବା ସରକାରୀ ଜମିକୁ ୨୦୦୫ ରୁ ଲିଜ୍‌ ସୂତ୍ରରେ ନିଆଯାଇ ଏକ ଇଟା କାରଖାନା ହୋଇଛି। ଶ୍ରୀ ବଳବନ୍ତରାୟ ନିଜ କ୍ଷମତା ଅପବ୍ୟବହାର କରି ଜନବସତି ନଥିବା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରୁ ଇଟା କାରଖାନା ପର୍ଯ୍ୟନ୍ତ ପିଚୁରାସ୍ତା ପାଇଁ ସରକାରୀ ତହବିଲରୁ ବେଆଇନ ଭାବେ ୮ଲକ୍ଷ ୫୯ହଜାର ୨୮୦ଟଙ୍କା ଖର୍ଚ୍ଚ କରିଥିବା ଶ୍ରୀ ବେହୁରା ଅଭିଯୋଗରେ ଦର୍ଶାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe