ନାବାଳିକାଙ୍କୁ ଉଦ୍ଧାର ପାଇଁ ଟଙ୍କା ମାଗିବା ମାମଲା: କୋର୍ଟରେ ହାଜର ହେବେ ଭଦ୍ରକ ଏସ୍‌ପି, ଧାମନଗର ଆଇଆଇସି, ଆଇଓ

ଅପହୃତା ନାବାଳିକା‌ଙ୍କୁ ଉଦ୍ଧାର ପାଇଁ ପୀଡ଼ିତାଙ୍କ ବାପାଙ୍କ ନିକଟରୁ ପୁଲିସ ଅଧିକାରୀ ଅର୍ଥ ମାଗିବା ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଯଦି ଏପରି ଅଭିଯୋଗ ସତ ହୋଇଥାଏ ତେବେ ଏହା ପୁଲିସ ପ୍ରଶାସନ ଉପରେ କଳଙ୍କ ଲଗାଉଛି ବୋଲି ହାଇକୋର୍ଟ କହିଛନ୍ତି...

Case of demanding money to rescue minor girl: Bhadrak SP, Dhamnagar IIC, IO to appear in court

Case of demanding money to rescue minor girl: Bhadrak SP, Dhamnagar IIC, IO to appear in court Photograph: (sambad.in)

କଟକ: ଅପହୃତା ନାବାଳିକା‌ଙ୍କୁ ଉଦ୍ଧାର ପାଇଁ ପୀଡ଼ିତାଙ୍କ ବାପାଙ୍କ ନିକଟରୁ ପୁଲିସ ଅଧିକାରୀ ଅର୍ଥ ମାଗିବା ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଯଦି ଏପରି ଅଭିଯୋଗ ସତ ହୋଇଥାଏ ତେବେ ଏହା ପୁଲିସ ପ୍ରଶାସନ ଉପରେ କଳଙ୍କ ଲଗାଉଛି ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଭଦ୍ରକ ଏସ୍‌ପି, ଧାମନଗର ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏସ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଅପହୃତା ନାବାଳିକାଙ୍କ ବାପାଙ୍କ ପକ୍ଷରୁ ଦାୟର ‌ହେବିୟସ କର୍ପସ ପିଟିସନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅଗଷ୍ଟ ୧୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।


ମାମଲାର ବିବରଣୀରୁ ପ୍ରକାଶ ଯେ ଜୁନ୍ ୨୫ରେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ‌ବେଳେ ଆବେଦନକାରୀଙ୍କ ତରଫରୁ ଏ ନେଇ ଧାମନଗର ଥାନାରେ ଏତଲା ଦିଆଯାଇଥିଲା। ନାବାଳିକାଙ୍କୁ ଉଦ୍ଧାର ପାଇଁ ପୁଲିସ ଗ୍ରହଣ କରୁଥିବା ପଦ‌କ୍ଷେପ ସନ୍ତୋଷଜନକ ନ ହେବାରୁ ଆବେଦନକାରୀ ହାଇକୋର୍ଟରେ ହେବିୟସ କର୍ପସ ପିଟିସନ ଦାୟର କରିଥିଲେ। ଜୁଲାଇ ୨୨ରେ ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ, ନାବାଳିକାଙ୍କୁ ଉଦ୍ଧାର ପାଇଁ ଏକ ପୁଲିସ ଦଳ ଗଠନ କରାଯାଇଛି।

ଅଧିକ ପଢ଼ନ୍ତୁ:୫୦୦ କୋଟିର ଫିଲ୍ମ ଦେଇ ବକ୍ସ ଅଫିସ୍ ରେକର୍ଡ କରିଥିବା ଭାରତର ପ୍ରଥମ ଅଭିନେତ୍ରୀ: ବଲିଉଡ୍ ସହିତ କୌଣସି ସମ୍ପର୍କ ନାହିଁ

ପୁଲିସ ଦଳ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ବେଳେ ଆବେଦନକାରୀଙ୍କୁ ଏହି ସମୟରେ ସାଙ୍ଗ‌ରେ ନିଆଯାଉଛି। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଏହି ପ୍ରସଂଗରେ ହୋଇଥିବା ଅଗ୍ରଗତି ସଂକ୍ରାନ୍ତରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମାମଲାର ଶୁଣାଣି ବେଳେ ନାବାଳିକାଙ୍କ ଉଦ୍ଧାର ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ହାଇକୋର୍ଟରେ ସରକାରଙ୍କ ତରଫରୁ ରିପୋର୍ଟ ଦାଖଲ କରାଯାଇଥିଲା। କିନ୍ତୁ ଆବେଦନକାରୀଙ୍କ ତରଫରୁ ନିର୍ଦ୍ଦିଷ୍ଟ ପୁଲିସ ଅଧିକାରୀଙ୍କ କାର୍ଯ୍ୟ ଶୈଳୀକୁ ନେଇ ପ୍ରଶ୍ନ ଉଠାଯାଇଥିଲା। 

ନାବାଳିକା ଅନ୍ୟ ଏକ ଜିଲ୍ଲାରେ ଥିବା ‌ନେଇ ସୂଚନା ମିଳିଥିବା ପୁଲିସ ପକ୍ଷରୁ ଆବେଦନକାରୀଙ୍କୁ କୁହାଯାଇଥିଲା। କିନ୍ତୁ ସେ ଯଦି କିଛି ଟଙ୍କା ନ ଦିଅନ୍ତି ତେବେ ତଦନ୍ତ ଧିମା ହେବା ସହିତ ନାବାଳିକାଙ୍କ ଉଦ୍ଧାର ବିଳମ୍ବିତ ହେବ ବୋଲି ପୁଲିସ ଅଧିକାରୀ ତାଙ୍କୁ କହିଥିଲେ ବୋଲି ଆବେଦନକାରୀ ଅଭିଯୋଗ ଆଣିଥିଲେ।

ଅଧିକ ପଢ଼ନ୍ତୁ:ଟ୍ରମ୍ପ୍‌ଙ୍କ ଉତ୍ତରାଧିକାରୀ କିଏ:ଭାନ୍ସଙ୍କ ସହିତ ଅନ୍ୟ ଜଣଙ୍କ ନାମ ନେଲେ ଆମେରିକା ରାଷ୍ଟ୍ରପତି

Cuttack | Odisha High Court 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe