୫ ମାସରେ ୯୦ ସରକାରୀ ବାବୁଙ୍କ ବିରୋଧରେ ମାମଲା

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ୫ ମାସ ମଧ୍ୟରେ ୯୦ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି...

1ammnxpa

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ୫ ମାସ ମଧ୍ୟରେ ୯୦ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି।

ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଗୃହରେ ଏହି ଲିଖିତ ଉତ୍ତର ରଖିଛନ୍ତି।

୨୦୨୪ ଜୁନ୍ ମାସରୁ ଅକ୍ଟୋବର ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଦୁର୍ନୀତିଖୋରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଆସିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ସଂପୂର୍ଣ୍ଣ ସୂଚୀ
 
ରୁଜୁ ହୋଇଥିବା ମାମଲା ମଧ୍ୟରେ ରାଜସ୍ୱ ବିଭାଗରେ ସର୍ବାଧିକ ୨୦ ଅଧିକାରୀ ଅଛନ୍ତି। ସେହିପରି ପଞ୍ଚାୟତିରାଜ ବିଭାଗର ୧୮ ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । 

ଅଧିକ ପଢ଼ନ୍ତୁ: ୨୦୨୫ ମାର୍ଚ୍ଚ ସୁଦ୍ଧା ଅପହଞ୍ଚ ଗାଁକୁ ଇଣ୍ଟରନେଟ୍ ସେବା ଦେବା ସରକାରଙ୍କ ଲକ୍ଷ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe