ରକ୍ତ ଭଣ୍ଡାରରେ ପିସିଆର ଓ ନାଟ୍ ପରୀକ୍ଷା ସଂପର୍କିତ ମାମଲା: ମହିଳାଙ୍କ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ

Advertisment
ଓୟୁଏଟି ଆଦେଶ ରଦ୍ଦ କଲେ ହାଇକୋର୍ଟ

Live Law

କଟକ : ଗର୍ଭବତୀ ମହିଳାଙ୍କୁ ରକ୍ତ ଦିଆଯିବା ପରେ ସେ ଏଚ୍‌ଆଇଭି ସଂକ୍ରମିତ ହେବା ଓ ତାଙ୍କ ଗର୍ଭରୁ ଜାତ ଶିଶୁର ମୃତ୍ୟୁ ଘଟିବା ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।

ଜନସ୍ବାର୍ଥ ମାମଲାର ଆବେଦନକାରୀ ଆଇନଜୀବୀ ପ୍ରବୀର କୁମାର ଦାସ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ସଂକ୍ରମିତ ରକ୍ତ ନେଇ ଏଚ୍‌ଆଇଭି ଆକ୍ରାନ୍ତ ହୋଇଥିବା ପୀଡ଼ିତା ମହିଳା ଜଣେ ଏଚ୍‌ଆଇଭି ପିଜିଟିଭ ପୁରୁଷଙ୍କୁ ବିବାହ କରି ଏବେ ଜୀବନ ଅତିବାହିତ କରୁଛନ୍ତି। ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଶ୍ରୀ ଦାସଙ୍କ ତରଫରୁ ଦର୍ଶାଯାଇଥିଲା। ସବୁ ରକ୍ତଭଣ୍ଡାରରେ ରକ୍ତର ନ୍ୟୁକ୍ଲିକ୍ ଆମ୍ପଲିଫିକେସନ୍ ଟେଷ୍ଟ (ନାଟ୍) ବ୍ୟବସ୍ଥା ପ୍ରସଙ୍ଗ ନେଇ ପୂର୍ବରୁ ବିଚାରାଧୀନ ଅନ୍ୟ ଏକ ମାମଲା ସହିତ ଏହି ଜନସ୍ବାର୍ଥ ଆବେଦନର ମାର୍ଚ୍ଚ ୧ରେ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନବାଧିକାର କର୍ମୀ ଶ୍ରୀ ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୧, ନଭେମ୍ବରରେ ପୀଡିତା ଗର୍ଭବତୀ ଥିବାବେଳେ ତାଙ୍କୁ ପ୍ରଥମେ ବାଣପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥା‌େର ପୀଡିତାଙ୍କୁ ଦୁଇ ୟୁନିଟ୍‌ ରକ୍ତ ଦିଆଯାଇଥିଲା। ଏହାପରେ ପୀଡ଼ିତା ଏଚ୍‌ଆଇଭି ଆକ୍ରାନ୍ତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ୨୦୨୨, ଡିସେମ୍ବର ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ପୀଡ଼ିତଙ୍କ ସାନି ସ୍ଥିତି ନେଇ ଅବଗତ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe