ସ୍ପଷ୍ଟ ଦିବାଲୋକରେ ଜିଆର୍‌ଏସ୍‌ଙ୍କ ଘରୁ ଲୁଟିନେଲେ ଲକ୍ଷାଧିକର ସୁନା ଗହଣା, ନଗଦ ଟଙ୍କା

ସ୍ପଷ୍ଟ ଦିବାଲୋକରେ ଜିଆର୍‌ଏସ୍‌ଙ୍କ ଘରୁ ଲୁଟିନେଲେ ଲକ୍ଷାଧିକର ସୁନା ଗହଣା, ନଗଦ ଟଙ୍କା

କେନ୍ଦୁଝର: ଦିନ ଦି’ପହରରେ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା। କେନ୍ଦୁଝର ଜିଲ୍ଲା ଶୁଆକାଟି ବଜାର ନିକଟ ହାଇସ୍କୁଲ ସମ୍ମୁଖରେ ଥିବା ଶୁଆକାଟି ଜିଆର୍‌ଏସ୍‌ ଦମୟନ୍ତୀ ସାହୁଙ୍କ ଘରେ କେହି ନଥିବାର ସୁଯୋଗ ନେଇ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସୁନା ଗହଣା ଓ ଆଲମାରି ଭିତରେ ଥିବା ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଘର ଚାବି ଭାଙ୍ଗିବା ପରେ ଦୁଇଟି ଆଲମିରାକୁ ଭାଙ୍ଗି ସୁନା ଓ ଟଙ୍କା ଲୁଟି ନେଇଛନ୍ତି।

ଜିଆରଏସ୍‌ ଦମୟନ୍ତୀ ସାହୁ ସରକାରୀ କାମରେ ବାହାରକୁ ଯାଇ ଥିବା ବେଳେ ଆଜି ଦିନ ପ୍ରାୟ ୨ଟାରେ ତାଙ୍କ ଘରୁ ସୁନା ଚେନ, ମୁଦି, ଚୁଡ଼ି, ଶଙ୍ଖା, ବଳା ଲୁଟି ନେଇଛନ୍ତି। ଏଥି  ସହ ତାଙ୍କ ସ୍ୱାମୀ ଜଣେ ବୀମା ଏଜେଣ୍ଟ ଓ ସେ ରଖିଥିବା ଲୋକଙ୍କ ପ୍ରିମିୟମ ରାଶି ପାଖା ପାଖି ଦେଢ଼ ଲକ୍ଷ ଟଙ୍କା ମଧ୍ୟ ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଶୁଆକାଟି ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe