ବ୍ରାଉନ୍‌ସୁଗାର୍‌ ଧରପଗଡ଼ ବେଳେ ମିଳିଲା ପୁଳାପୁଳା ଟଙ୍କା: ୩୦ ଲକ୍ଷ ଜବତ, ମହିଳା ଅଟକ

Advertisment

ଭଦ୍ରକ ଟାଉନ୍‌ ଥାନା ଅଧୀନ ଏଲଖା ଅଞ୍ଚଳରେ ବ୍ରାଉନ୍‌ସୁଗାର୍‌ କାରବାର ସନ୍ଦେହରେ ପୁଲିସର ଚଢ଼ଉ ବେଳେ ଏକ ଘରୁ ପୁଳାପୁଳା ଟଙ୍କା ମିଳିଛି। ଘରେ ଥିବା ଆଲମାରି ଠାରୁ ଆରମ୍ଭ କରି ଶଯ୍ୟା ପର୍ଯ୍ୟନ୍ତ ସବୁଠି ଟଙ୍କା ରଖାଯାଇଥିବା ବେଳେ ଏହାକୁ ଗଣିବା ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଛି।

ଭଦ୍ରକ ଟାଉନ୍‌ ଥାନା ଅଧୀନ ଏଲଖା ଅଞ୍ଚଳରେ ବ୍ରାଉନ୍‌ସୁଗାର୍‌ କାରବାର ସନ୍ଦେହରେ ପୁଲିସର ଚଢ଼ଉ ବେଳେ ଏକ ଘରୁ ପୁଳାପୁଳା ଟଙ୍କା ମିଳିଛି। ଘରେ ଥିବା ଆଲମାରି ଠାରୁ ଆରମ୍ଭ କରି ଶଯ୍ୟା ପର୍ଯ୍ୟନ୍ତ ସବୁଠି ଟଙ୍କା ରଖାଯାଇଥିବା ବେଳେ ଏହାକୁ ଗଣିବା ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଛି।

fsfhfssfh

ଭଦ୍ରକ: ଭଦ୍ରକ ଟାଉନ୍‌ ଥାନା ଅଧୀନ ଏଲଖା ଅଞ୍ଚଳରେ ବ୍ରାଉନ୍‌ସୁଗାର୍‌ କାରବାର ସନ୍ଦେହରେ ପୁଲିସର ଚଢ଼ଉ ବେଳେ ଏକ ଘରୁ ପୁଳାପୁଳା ଟଙ୍କା ମିଳିଛି। ଘରେ ଥିବା ଆଲମାରି ଠାରୁ ଆରମ୍ଭ କରି ଶଯ୍ୟା ପର୍ଯ୍ୟନ୍ତ ସବୁଠି ଟଙ୍କା ରଖାଯାଇଥିବା ବେଳେ ଏହାକୁ ଗଣିବା ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଛି। ପୁଲିସ ୩୦ ଲକ୍ଷ ଟଙ୍କା ସହ ପ୍ରାୟ ୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଏହି ଘଟଣାରେ ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ଜଣେ ମହିଳାଙ୍କୁ ପୁଲିସ ଅଟକ ରଖିଛି। 

ସୂଚନା ଅନୁଯାୟୀ, ଏଲଖା ଅଞ୍ଚଳରେ ଭଡ଼ାରେ ଘର ନେଇଥିବା ମହିଳା ଜଣକ ନିଶା କାରବାର ଚଳାଇଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଆଜି ଅପରାହ୍‌ଣ ଗୋଟାଏ ବେଳେ ଅତିରିକ୍ତ ଏସ୍‌ପି ଅରୂପ ଅଭିଷେକ ବେହେରା, ଅତିରିକ୍ତ ଏସ୍‌ପି(ଡିଆଇବି) ଅଂଶୁମାନ ଦ୍ବିବେଦୀ, ସଦର ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ଉପସ୍ଥିତିରେ ଟାଉନ୍‌ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ, ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ଅମିତାଭ ଦାସ ଓ ପୁଲିସ ଟିମ୍‌ ଚଢ଼ଉ କରିଥିଲେ। ମହିଳାଙ୍କ ରୁମ୍‌ ଯାଞ୍ଚ କରିବାରୁ କିଛି ବ୍ରାଉନ୍‌ସୁଗାର୍‌ ମିଳିଥିଲା। ତା’ସହିତ ତାଙ୍କ ଶୋଇବା ଘର ଶଯ୍ୟା ଠାରୁ ଆରମ୍ଭ କରି ଆଲମାରି ପର୍ଯ୍ୟନ୍ତ ସବୁଠି ପୁଳା ପୁଳା ଟଙ୍କା ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏତେ ଟଙ୍କା ‌ଦେଖି ପୁଲିସ ଟିମ୍‌ ତାଜୁବ୍‌ ହୋଇଯାଇଥିଲା। ଟଙ୍କା ଗଣିବା ପାଇଁ ମେସିନ୍‌ ଆଣିବାକୁ ପଡ଼ିଲା। 
ସୂଚନା ଅନୁସାରେ, ଦିନ ୨ଟାରୁ ଟଙ୍କା ଗଣା ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଚାଲିଥିଲା। ଏହି ଭଡ଼ା ଘରୁ ୨୮ଲକ୍ଷ ୮୧ ହଜାର ଟଙ୍କା ଏବଂ ମହିଳାଙ୍କ ମିର୍ଜାପୁରସ୍ଥିତ ଘରୁ ଲକ୍ଷାଧିକ ଟଙ୍କା ଟଙ୍କା ମିଳିଥିବା ଏସ୍‌ପି ମୁଡ଼କର ସନ୍ଦୀପ ସମ୍ପତ୍‌ କହିଛନ୍ତି। ଏହି ମାମଲାରେ ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି? ମହିଳା ଜଣକ କେଉଁଭଳି ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ? ବ୍ରାଉନ୍‌ସୁଗାର୍‌ କେଉଁଠାରୁ ଆଣୁଥିଲେ ଓ କାହାକୁ ଯୋଗାଉଥିଲେ? ଏ ସଂପର୍କରେ ଅଧିକ ତଦନ୍ତ ଜାରି ରହିଛି। 

ସ୍ଥାନୀୟ ଲୋକଙ୍କ କହିବା କଥା, ଅଟକ ମହିଳାଙ୍କ ଘର ଭଦ୍ରକ ମିର୍ଜାପୁର ଅଞ୍ଚଳରେ। କିଛିମାସ ହେଲା ସେ ଏଲଖାରେ ଭଡ଼ା ଘର ନେଇ ରହୁଥିଲେ। ନିଜଘର ଥାଇ କାହିଁକି ଭଡ଼ାରେ ରହୁଛନ୍ତି ବୋଲି ସ୍ଥାନୀୟ ଲୋକ ପଚାରିଲେ ଘର କାମ ଚାଲିଛି; ଶେଷ ହେଲେ ଚାଲିଯିବେ ବୋଲି କହୁଥିଲେ। ତେବେ ଏଠାରେ ନିଶା କାରବାର ଚଳାଇବା ବିଷୟ ଜାଣି ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe