ପଦ୍ମପୁରରେ ନଗଦ ୩,୧୦,୦୦୦ ସହ ୫୦,୦୦୦ ଟଙ୍କା ମୂଲ୍ୟର ନିଶା ଔଷଧ ଜବତ, ଅଭିଯୁକ୍ତ ଗିରଫ

Advertisment
ପଦ୍ମପୁରରେ ନଗଦ ୩,୧୦,୦୦୦ ସହ ୫୦,୦୦୦ ଟଙ୍କା ମୂଲ୍ୟର ନିଶା ଔଷଧ ଜବତ, ଅଭିଯୁକ୍ତ ଗିରଫ

ନଗଦ ୩,୧୦,୦୦୦ ଟଙ୍କା ସହ ୫୦,୦୦୦ ଟଙ୍କା ମୂଲ୍ୟର ନିଶା ଔଷଧ ଜବତ ହୋଇଛି । ପଦ୍ମପୁର ଉପନିର୍ବାଚନ ସମୟରେ ବିପୁଳ ପରିମାଣର ନିଶା ଔଷଧ ସହ ଟଙ୍କା ଜବତ ହୋଇଛି। ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନ ତତ୍ପର ରହିଥିବା ବେଳେ ପ୍ରଶାସନକୁ ଚକମା ଦେଲା ଭଲିଆ ଘଟଣା ଦେଖିବାକୁ ମିଲୁଛି। ପଦ୍ମପୁର ଅବକାରୀ ଥାନା ତାଲପାଲି ଛକ ଠାରେ ମନୋଜ କୁମାର ବାଜପେୟୀଙ୍କ ଠାରୁ ତିନି ଲକ୍ଷ ଦଶ ହଜାର ଟଙ୍କା ନଗଦ ସହ ୧୫୦ ଗୋଟି କଫ ସିରଫ, ୫୯୦ ଗୋଟି ନିଶା ଇଂଜେକସନ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କା ରହିଥିବା ଜଣାପଡିଛି । ଅଭିଯୁକ୍ତକୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛନ୍ତି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe