ବ୍ୟାଙ୍କ ପରିଚାଳକଙ୍କୁ ମାଡ଼ ମାରି କ୍ୟାସିୟର ନିଲମ୍ବିତ

Advertisment
ବ୍ୟାଙ୍କ ପରିଚାଳକଙ୍କୁ ମାଡ଼ ମାରି କ୍ୟାସିୟର ନିଲମ୍ବିତ

Udayavani

ହାଟଡିହି : ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖା ଭିତରେ ବ୍ୟାଙ୍କ ପରିଚାଳକଙ୍କୁ ମାଡ଼ ମାରିବା କ୍ୟାସିୟରଙ୍କ ପାଇଁ ମହଙ୍ଗା ପଡ଼ିଛି। ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ସମ୍ପୃକ୍ତ କ୍ୟାସିୟରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନ ୧୨ଟାବେଳେ ବ୍ୟାଙ୍କ କାର୍ଯ୍ୟାଳୟ ଭିତରେ ପ୍ରବଳ ଗହଳି ଥିଲା। ଲୋକେ କାରବାର ପାଇଁ ଧାଡ଼ିବାନ୍ଧି ଠିଆ ହୋଇଥିଲେ। ଏହି ସମୟରେ ଶାଖା ପରିଚାଳକ ଶ୍ରୀକୃଷ୍ଣଚନ୍ଦ୍ର ପଣ୍ଡା କୌଣସି କାମରେ କ୍ୟାସ କାଉଣ୍ଟର ପାଖକୁ ଆସିଥିଲେ। ସେଠାରେ ଥିବା କ୍ୟାସିୟର ପ୍ରସନ୍ନ କୁମାର ମିଶ୍ରଙ୍କ ସହ କୌଣସି କଥାକୁ ନେଇ ତାଙ୍କର ପାଟିତୁଣ୍ଡ ହୋଇଥିଲା।

ଏହାପରେ କ୍ୟାସିୟର ଶ୍ରୀ ମିଶ୍ର ଶାଖା ପରିଚାଳକ ଶ୍ରୀ ପଣ୍ଡାଙ୍କୁ ମାଡ଼ ମାରିଥିଲେ। କ୍ୟାସ କାଉଣ୍ଟର ନିକଟରୁ ଶାଖା ପରିଚାଳକଙ୍କୁ ପିଟିପିଟି ତାଙ୍କ ଚ୍ୟାମ୍ବର ପର୍ଯ୍ୟନ୍ତ ନେଇଥିଲେ। ଏହାକୁ ନେଇ ଉପସ୍ଥିତ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। କିଛି ସମୟ ଧରି ବ୍ୟାଙ୍କ କାମ ବନ୍ଦ ହୋଇଯାଇଥିଲା। ଏନେଇ ଶାଖା ପରିଚାଳକ ଶ୍ରୀ ପଣ୍ଡା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଉଚ୍ଚ କର୍ତ୍ତୃପକ୍ଷ ବ୍ୟାଙ୍କ ଶାଖାରେ ପହଞ୍ଚି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସଂଗ୍ରହ କରିବା ସହ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ଏହି ମାମଲାରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କେନ୍ଦୁଝର ଜୋନ୍‌ର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ମହେନ୍ଦ୍ରନାଥ ସୋରେନ କ୍ୟାସିୟର ଶ୍ରୀ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe