ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଜୋରଦାର କରୁଛନ୍ତି। ମତଦାନ ପାଇଁ ନିୟୋଜିତ କର୍ମଚାରୀମାନଙ୍କ ସମସ୍ତ ସୁବିଧା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନିୟେଜିତ ହୋଇଥିବା ସମସ୍ତ କର୍ମଚାରୀମାନଙ୍କୁ କ୍ୟାସଲେସ ଚିକିସବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)ରେ ତାଲିକାଭୁକ୍ତ ରାଜ୍ୟର ସମସ୍ତ ଘରୋଇ ଡାକ୍ତରଖାନାକୁ ଚିଠି ଲେଖିଛନ୍ତି।
ଶ୍ରୀମତୀ ପଣ୍ଡିତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମତଦାନରେ ନିୟୋଜିତ କର୍ମଚାରୀ ହିଟ୍ଷ୍ଟ୍ରୋକ୍ ଜନିତ ସମସ୍ୟାରୁ ଆରମ୍ଭ କରି ଅନ୍ୟାନ୍ୟ ଚିକିତ୍ସା ପାଇପାରିବେ। ରାଜ୍ୟରେ ଥିବା ଘରୋଇ ଡାକ୍ତରଖାନାଗୁଡ଼ିକରେ ସେମାନଙ୍କୁ ବିଏସକେୱାଇ ପ୍ୟାକେଜରେ ଅଫ୍-ଲାଇନ୍ ମାଧ୍ୟମରେ ବିଲ୍ ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟର ବିଏସକେୱାଇ ତାଲିକାଭୁକ୍ତ ସମସ୍ତ ଘରୋଇ ଡାକ୍ତରଖାନାଗୁଡ଼ିକୁ ସେ ନିର୍ଦ୍ଦେଶ ଜାରି କରିଛନ୍ତି।
Follow Us