ସରକାରୀ ଚାକିରି ଆବେଦନ ପାଇଁ ଆଉ ଦରକାର ପଡ଼ିବନି ଜାତି, ଆବାସିକ ପ୍ରମାଣପତ୍ର

Advertisment
ଡେଲିଭରି ପକ୍ଷରୁ ତାଲିମ ଓ ନିଯୁକ୍ତି କାର୍ଯ୍ୟକ୍ରମ

livemint.com

ଭୁବନେଶ୍ବର : ଏଣିକି ସରକାରୀ ଚାକିରି ପାଇଁ ଆବେଦନ କଲେ ଆବେଦନକାରୀଙ୍କୁ ଜାତି ପ୍ରମାଣପତ୍ର କି ଆବାସିକ ପ୍ରମାଣପତ୍ର ଦେବାକୁ ପଡ଼ିବନି। ଆବେଦନ କରିବା ସମୟରେ ସେ କେଉଁ ଜାତିର ଏବଂ କେଉଁ ଅଞ୍ଚଳର ବାସିନ୍ଦା ସେନେଇ ଆତ୍ମଘୋଷଣାନାମା ଦେବେ। ଯଦି ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ଚୂଡ଼ାନ୍ତ ଚୟନ ବେଳେ ତାଙ୍କୁ ଜାତି ପ୍ରମାଣପତ୍ର ଓ ଆବାସିକ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏନେଇ ଆଜି ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନକାରୀମାନେ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ବାରା ବିଭିନ୍ନ ପଦବି ପୂରଣ ଚୟନ ନିମନ୍ତେ ଆବେଦନ ସମୟରେ ଆତ୍ମଘୋଷଣାନାମା ଦେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe