ଜାତିଗତ ପ୍ରମାଣପତ୍ର ନେଇ ସଂରକ୍ଷିତ ବର୍ଗ ହନ୍ତସନ୍ତ

Advertisment

ଅଧ୍ୟକ୍ଷ କହିଲେ ଭବିଷ୍ୟତରେ କାର୍ଯ୍ୟକାରୀ ହେବ ଆତ୍ମ ଘୋଷଣାନାମା

ଅଧ୍ୟକ୍ଷ କହିଲେ ଭବିଷ୍ୟତରେ କାର୍ଯ୍ୟକାରୀ ହେବ ଆତ୍ମ ଘୋଷଣାନାମା

ଜାତିଗତ ପ୍ରମାଣପତ୍ର ନେଇ ସଂରକ୍ଷିତ ବର୍ଗ ହନ୍ତସନ୍ତ

amarujala.com

ଭୁବନେଶ୍ୱର : ନିଯୁକ୍ତି ପରୀକ୍ଷା ପାଇଁ ସଂରକ୍ଷିତ ବର୍ଗ ଜାତିଗତ ପ୍ରମାଣ ପତ୍ର ନଥିଲେ ବି ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏଥିପାଇଁ ସଂରକ୍ଷିତ ବର୍ଗ ଆତ୍ମ ଘୋଷଣାନାମା ଦେବେ ବୋଲି ସରକାର ନିଷ୍ପତ୍ତି ନେଲେ। ସାଧାରଣ ପ୍ରଶାସନ ବିଭାଗ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନ, ଓଡ଼ିଶା ଲୋକସେବା ଆୟୋଗ ଓ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନଙ୍କୁ ଗତ ୨୦ ତାରିଖରେ ତତ୍କାଳ ଲାଗୁ କରିବାକୁ ଚିଠି ଲେଖିଥିଲେ। ତା ସତ୍ତ୍ବେ ବି ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନ ଜିଏ ବିଭାଗର ଏହି ନିର୍ଦ୍ଦେଶକୁ ଅନୁପାଳନ କରିପାରିନାହାନ୍ତି। ଲାବେରେଟୋରୀ ଆସିଷ୍ଟାଣ୍ଟ୍‌, ଜୁନିୟର୍‌ ଆସିଷ୍ଟାଣ୍ଟ୍‌ ସମେତ ଅନ୍ୟାନ୍ୟ ପଦବି ପାଇଁ ଅନଲାଇନ୍‌ ଆବେଦନ ବେଳେ ପଛୁଆ ବର୍ଗର ଯୁବକଯୁବତୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପ୍ରଥମେ ସମ୍ବାଦରେ ଗତ ୨୪ ତାରିଖରେ ଖବର ପ୍ରକାଶ ପାଇଥିଲା। ଏବେ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍ ଅଧ୍ୟକ୍ଷ କହିଛନ୍ତି ସାଧାରଣ ପ୍ରଶାସନ ବିଭାଗର ଚିଠି ପାଇଛୁ କିନ୍ତୁ ଆତ୍ମ ଘୋଷଣାନାମା ବ୍ୟବସ୍ଥା ତତ୍କାଳ ଲାଗୁ କରିବା ସମ୍ଭବ ନୁହେଁ। ପରବର୍ତ୍ତୀ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲେ ଏହି ବ୍ୟବସ୍ଥା ଲାଗୁ ହେବ। କଣ୍ଟାପଡ଼ାର ଜଣେ ଆବେଦନକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ତହସିଲଦାର ଛୁଟିରେ ଥିବାରୁ ସେ ଜାତିଗତ ପ୍ରମାଣ ପତ୍ର ପାଇପାରୁନାହାନ୍ତି କି ଅନଲାଇନ୍‌ରେ ଆବେଦନ କରିପାରୁନାହାନ୍ତି। ଏହି ଗୋଟିଏ କଥା ପ୍ରମାଣିତ କରୁଛି ରାଜ୍ୟରେ ଥିବା ବାକି ତହସିଲଗୁଡ଼ିକରେ ଇଚ୍ଛୁକ ଆବେଦନକାରୀ ଜାତିଗତ ପ୍ରମାଣ ପତ୍ର ପାଇଁ କେତେ ହନ୍ତସନ୍ତ ହେଉଥିବେ! ଅନ୍ୟପଟେ ସାଧାରଣ ପ୍ରଶାସନ ବିଭାଗ ବି ଗୋଟିଏ ଚିଠି ଲେଖିଦେଇ ଚୁପ୍‌ ବସିପଡ଼ିଛି। ଆବେଦନର ତାରିଖ ସରିବାକୁ ବସିଲାଣି ଅଥଚ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି। ଯାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe