IndiaTV News
ବାମରା : ବାମରା ବ୍ଲକ ଅଞ୍ଚଳର ଏକ ପ୍ରେମୀ ଯୁଗଳ ବିବାହ ପାଇଁ ଜାତି ପ୍ରତିବନ୍ଧକ ସାଜିଥିଲା। ପରେ ସରପଞ୍ଚଙ୍କ ହସ୍ତକ୍ଷେପରେ ବିବାହ ହୋଇଥିବା ଜଣାଯାଇଛି।
ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଭିଏଏସ୍ କଲୋନିର ପୁରୁଷୋତ୍ତମ ନାଏକ ଓ ବାଉଁଶଲଗା ପଞ୍ଚାୟତ ଶର୍ଗିଡିହି ଗ୍ରାମର ଶକୁନ୍ତଳା ପ୍ରଧାନ ଉଭୟେ ଗତ ପ୍ରାୟ ୨ ବର୍ଷ ହେବ ପରସ୍ପରକୁ ପ୍ରେମ କରି ଆସୁଥିଲେ। ମାତ୍ର ଉଭୟଙ୍କ ଜାତି ଭିନ୍ନ ଥିବାରୁ ଉଭୟଙ୍କ ପରିବାର ଲୋକେ ରାଜି ନଥିଲେ। ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ କୋର୍ଟ ମ୍ୟାରେଜ ଚିନ୍ତା କରି ପାରିନଥିଲେ। ଏହା ଜାଣିବା ପରେ ଗୋବିନ୍ଦପୁର ସରପଞ୍ଚ ବିମଲ ଲାକ୍ରା ଉଭୟଙ୍କ ସମ୍ପର୍କୀୟଙ୍କୁ ଡାକି ଆଲୋଚନା କରିଥିଲେ। ପରେ ପଞ୍ଚାୟତ କାର୍ଯ୍ୟାଳୟରେ ଉଭୟଙ୍କ ବିବାହ କରାଯାଇଥିଲା। ଏହି ଅବସରରେ ନାଏବ ସରପଞ୍ଚ ମଙ୍ଗଲି ନାଏକ, ପିଇଓ ସୁଜିତ ନାୟକ, ଜିଆର୍ଏସ୍ ସୁଜିତ ପଟେଲ, ସାମ୍ବାଦିକ ସନ୍ତୋଷ ଶୁକ୍ଳା, ସ୍ବେଛାସେବୀ ଶିବ ଶଙ୍କର ପାଲ, କ୍ରିଷ୍ଣା ସିଂ, ୱାର୍ଡ ମେମ୍ବର ଗୋବିନ୍ଦ ସାହୁ, ଷ୍ଟାଫ ଦୁଲ୍ଲଭ ନାଏକ, ହିରେନ ପାତ୍ର ସମେତ କନ୍ୟାର ବାପା ନକୁଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।
Follow Us