ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ଘଟଣା: ଟୁଟୁଙ୍କ ବିରୋଧରେ ନବାଗତାଙ୍କ ମେଳି

Advertisment

ପ୍ରକୃତିଙ୍କୁ ଆସୁଛି ଧମକଭରା ଫୋନ୍‌

ପ୍ରକୃତିଙ୍କୁ ଆସୁଛି ଧମକଭରା ଫୋନ୍‌

ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ଘଟଣା: ଟୁଟୁଙ୍କ ବିରୋଧରେ ନବାଗତାଙ୍କ ମେଳି

India TV News

ଭୁବନେଶ୍ବର: କାଷ୍ଟିଂକାଉଚ୍‌ରେ ଓଲିଉଡ୍‌ ପ୍ରଯୋଜକ ସଂଜୟ ନାୟକ ଓରଫ୍‌ ଟୁଟୁଙ୍କ ସଂପୃକ୍ତିକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୁଇ ଦିନ ତଳେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଯସ୍ମିନ୍‌ ରଥ ତାଙ୍କୁ ସିଧା ଟା‌ର୍ଗେଟ୍‌ କରି ବିଷୋଦ୍‌ଗାର କରିଥିଲେ। କେବଳ ଟୁଟୁ ନୁହଁନ୍ତି, ତାଙ୍କ ଭଳି ହାତଗଣତି କିଛି ଲୋକ ଏଭଳି ଖରାପ କାମ କରି ଓଲିଉଡ୍‌କୁ ବଦନାମ କରୁଛନ୍ତି ବୋଲି କହିଥିଲେ। ଟୁଟୁ ମଧ୍ୟ ଗଣମାଧ୍ୟମରେ ମୁହଁ ଖୋଲି ପ୍ରକୃତି, ଯସ୍ମିନ୍‌ ଏବଂ ଅନ୍ୟ ଅଭିନେତ୍ରୀଙ୍କ ବିରୋଧରେ ମନ୍ତବ୍ୟ ରଖିଥିଲେ। ହେଲେ ମନ୍ତବ୍ୟ ମାଧ୍ୟମରେ ସେମାନଙ୍କ ଚରିତ୍ର ସଂହାର କରିବା ଏବେ ଟୁଟୁଙ୍କ ପାଇଁ ଅଡ଼ୁଆ ବଢ଼ାଇ ଦେଇଛି। ଏହା ବିରୋଧରେ ପ୍ରକୃତି ଟୁଟୁଙ୍କ ବିରୋ‌ଧରେ ଥାନାରେ ମାମଲା ରୁଜୁ କରିଛନ୍ତି।

‌ତେବେ ପ୍ରକୃତି ଥାନାରେ ମାମଲା ରୁଜୁ କରିବା ପରେ ଜଣଙ୍କ ପରେ ଜଣେ ଅଭିନେତ୍ରୀଙ୍କୁ ଧମକ ଆସିବା ଆରମ୍ଭ ହୋଇଯାଇଛି। କିଏ ଅଜଣା ନମ୍ବରରୁ ଫୋନ୍‌ କରୁଛି ତ କିଏ ମେସେଜ୍‌ରେ ଧମକପୂର୍ଣ୍ଣ ବାର୍ତ୍ତା ଦେଉଛି। ଏନେଇ ପ୍ରକୃତି ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ଯେଉଁ ସବୁ ନମ୍ବରୁ ଧମକ ଆସିଛି, ସେ ନମ୍ବର ବିରୋଧରେ ଥାନାରେ ଅଭିଯୋଗ କରିବେ ବୋଲି ସେ କହିଛନ୍ତି। ଅନ୍ୟପଟେ ପ୍ରକୃତି ଓ ଯସ୍ମିନ୍‌ ମୁହଁ ଖୋଲିବା ପରେ ଜଣଙ୍କ ପରେ ଜଣେ, ଅନେକ ନାବାଗତା ତାଙ୍କ ସହ ଯୋଡ଼ି ହୋଇଛନ୍ତି। ସେମାନେ ତାଙ୍କୁ ମେ‌ସେଜ୍‌ କରି ପ୍ର‌ଯୋଜକଙ୍କ କଳାକାରନାମା ବିଷୟରେ କହିଛନ୍ତି। ସେମାନେ ଟୁଟୁଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି। ଏକ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ କରି ସେଥିରେ ଓଲିଉଡ୍‌କୁ ଦାଗମୁକ୍ତ କରିବାକୁ ଯୋଜନା ଚଳାଇଛନ୍ତି। ଏ ସଂପର୍କରେ ପ୍ରଯୋଜକ ଟୁଟୁଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଜବାବ ରଖିନଥିଲେ। ‌ହେଲେ ସେ ଖୁବ୍‌ଶୀଘ୍ର କୋର୍ଟର ଦ୍ବରସ୍ଥ ହେବା ସହ ମାନହାନି ମକଦ୍ଦମା କରିବେ ବୋଲି କିଛି ଗଣମାଧ୍ୟମରେ ନିଜର ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe