କ୍ୟାଟ୍‌ ବାର ନିର୍ବାଚନ: ଦେବେନ୍ଦ୍ର ସଭାପତି ଓ ଦିଲ୍ଲୀପ ସଂପାଦକ

କ୍ୟାଟ୍‌ ବାର ନିର୍ବାଚନ: ଦେବେନ୍ଦ୍ର ସଭାପତି ଓ ଦିଲ୍ଲୀପ ସଂପାଦକ

କଟକ : କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ(କ୍ୟାଟ) ବାର ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ନିର୍ବାଚନରେ ୨୦୯ ଖଣ୍ଡ ଭୋଟ ପାଇ ଦେବେନ୍ଦ୍ର କୁମାର ବେହେରା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସଭାପତି ପଦ ପାଇଁ ନିର୍ବାଚନ ଲଢୁଥିବା ଅଗସ୍ତି କାନୁନଗୋ ୧୮୫ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିଭଳି ଭାବେ ଉପସଭାପତି ଭାବେ ତ୍ରିଲୋଚନ ରଥ ଓ ସଂପାଦକ ଭାବେ ଦିଲ୍ଲୀପ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ଭବାନୀ ଶଙ୍କର ରାୟଗୁରୁ ସହକାରୀ ସଂପାଦକ, ପ୍ରେମ କୁମାର ମହାନ୍ତି କୋଷାଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ୪ଶହ ସଦସ୍ୟ ମତଦାନ କରିଥିଲେ। ଜିତେନ୍ଦ୍ର କୁମାର ନାୟକ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe