କଟକ : କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ(କ୍ୟାଟ୍) ରେ ୨୦୧୮, ଡିସେମ୍ବର ୨୬ରୁ ଶୀତ ଅବକାଶ ଆରମ୍ଭ ହେବ। ଛୁଟି ପରେ କ୍ୟାଟ୍ ୨୦୧୯, ଜାନୁଆରି ୧ରେ ଖୋଲିବ। ଶୀତ ଅବକାଶ ସମୟରେ ଡିସେମ୍ବର ୨୭ ତାରିଖ ଦିନ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲା ଗୁଡିକ ଶୁଣାଣି କରିବେ। ପ୍ରଶାସନିକ ସଦସ୍ୟ ଜି.ସି.ପତିଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଡିସେମ୍ବର ୨୭ ତାରିଖ ଦିନ ଜରୁରୀ ମାମଲା ଗୁଡିକ ଶୁଣାଣି କରିବେ ବୋଲି କ୍ୟାଟ୍ କଟକ ବେଞ୍ଚ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଶୀତ ଅବକାଶ ସମୟରେ ଦିନ ୧୧ଟାରୁ ୧ଟା ମଧ୍ୟରେ ଜରୁରୀ ଆବେଦନ ଗୁଡିକ ଗ୍ରହଣ କରାଯିବ ବୋଲି ଜଣା ପଡିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us