ଟ୍ରାଫିକ୍‌ ସମସ୍ୟା ବଢ଼ାଇଲେ ବୁଲା ଗୋରୁ; କାଞ୍ଜି ହାଉସ୍‌ ଫାଙ୍କା, ମୁଖ୍ୟରାସ୍ତା ଜାମ୍‌

ଟ୍ରାଫିକ୍‌ ସମସ୍ୟା ବଢ଼ାଇଲେ ବୁଲା ଗୋରୁ; କାଞ୍ଜି ହାଉସ୍‌ ଫାଙ୍କା, ମୁଖ୍ୟରାସ୍ତା ଜାମ୍‌

ବରଗଡ଼ : ବରଗଡ଼ ସହରରେ ଟ୍ରାଫିକ୍‌ ସମସ୍ୟା ନିିତିଦିନିଆ ଘଟଣା। ରାସ୍ତାକଡ଼ରେ ଅବୈଧ ପାର୍କିଂ ବନ୍ଦ ହେଉନାହିଁ। ଦିନତମାମ ମୁଖ୍ୟରାସ୍ତା କଡ଼ରେ ଚାରିଚକିଆ ପାର୍କିଂ ହୋଇ ରହୁଛି। ଗାନ୍ଧୀ ଛକରୁ କେନାଲ ରୋଡ୍‌, ଘରୋଇ ବସ୍‌ଷ୍ଟାଣ୍ଡ-ଗୁରୁଦ୍ୱାରା ଛକ, ଗୁରୁଦ୍ୱାରା ଛକ-ରେଳ ଷ୍ଟେସନ୍‌ ରାସ୍ତା, ବାନ୍ଦୁଟିକ୍ରା ଛକ-ଭଟଲି ଛକ ଅବୈଧ ପାର୍କିଂସ୍ଥଳୀ ପାଲଟିଛି। ଏଣେ ବୁଲା ଗାଈଗୋରୁ ଟ୍ରାଫିକ୍‌ ସମସ୍ୟାର ଅନ୍ୟତମ କାରଣ ପାଲଟିଛି। ସହରର ପ୍ରତିଟି ରାସ୍ତା ଏବେ ବୁଲା ଗାଈଗୋରୁଙ୍କ ଅକ୍ତିଆରରେ। ଯଦ୍ବାରା ବହୁ ସମୟ ଧରି ରାସ୍ତା ଉପରେ ଗାଡ଼ି ଫସି ରହୁଛି।

କେବଳ ସହର ଭିତରେ ନୁହେଁ, ଜାତୀୟ ରାଜପଥରେ ମଧ୍ୟ ଗାଈଗୋରୁଙ୍କ ଦୌରାତ୍ମ୍ୟ ବଢ଼ୁଛି। ଏହାର ମୁକାବିଲା ପାଇଁ ଶ୍ମଶାନ ଘାଟ ପାଖରେ କାଞ୍ଜି ହାଉସ୍‌ ନିର୍ମାଣ କରାଯାଇଛି। ପ୍ରାୟ ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମିତ। କାଞ୍ଜି ହାଉସ୍‌ ଫାଙ୍କା ପଡ଼ିଥିବାବେଳେ ଶହଶହ ଗାଈଗୋରୁ ପୂର୍ବଭଳି ରାସ୍ତା ଉପରେ ବୁଲାବୁଲି କରୁଛନ୍ତି। କିଛି ମାସ ପୂର୍ବରୁ ପୌର ପରିଷଦର ଗୋରୁ ଧରାଳି ରାସ୍ତା ଉପରେ ବୁଲୁଥିବା ଗାଈଗୋରୁଙ୍କୁ କାଞ୍ଜି ହାଉସ୍‌ରେ ରଖିଥିଲେ। ମାଲିକମାନେ ନିର୍ଦ୍ଧାରିତ ଫାଇନ୍‌ ଦେଇ ନିଜ ଗାଈଗୋରୁ ନନେଲେ ସେମାନଙ୍କୁ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ଦିଆଯିବ ବୋଲି ଘୋଷଣା ହୋଇଥିଲା। କିଛି ପୌର ପରିଷଦ ଏବେ ଏହି ମାମଲାରେ ନିରବତା ଅବଲମ୍ବନ କରିଛି। ମାଲିକମାନେ ନିଜ ଗାଈଗୋରୁ ରାସ୍ତାକୁ ଛାଡ଼ୁଛନ୍ତି। କାଞ୍ଜି ହାଉସ୍‌ରେ ୩ଶହ ପାଖାପାଖି ଗାଈଗୋରୁ ରହିବା ବ୍ୟବସ୍ଥା ଅଛି। କିନ୍ତୁ ଏବେ ସେଠାରେ ଗାଈଗୋରୁ ନାହାନ୍ତି। ସବୁ ଗୋରୁ ରାସ୍ତା ଉପରେ ଦିନରାତି ଡେରା ମାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe