ସମ୍ବଲପୁରରେ ପୁଣି ଧରାପଡ଼ିଲା ଗୋ-ମାଂସ

Advertisment
ସମ୍ବଲପୁରରେ ପୁଣି ଧରାପଡ଼ିଲା ଗୋ-ମାଂସ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ପୁଣିଥରେ ଗୋମାଂସ ଜବତ ହୋଇଛି। କିନ୍ତୁ ଏଥର ପୁଲିସ ନିଷ୍କ୍ରିୟ ହୋଇଥିବା ବେଳେ ସାଧାରଣ ଲୋକେ ଓ ବଜରଙ୍ଗ ଦଳର ସଦସ୍ୟମାନେ ଗୋମାଂସ ଭର୍ତ୍ତି ଗୋଟିଏ କଣ୍ଟେନର୍‌କୁ ଧରିଛନ୍ତି। ସେଥିରେ ଅଧା କଣ୍ଟେନର୍‌ ଗୋ ମାଂସ ଭର୍ତ୍ତି ହୋଇଥିଲା। ବରଫ ଦେଇ ଗାମାଂସକୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ଚାଲାଣକାରୀ ଚତୁରତାର ସହ ସାମ୍ନା ପଟେ ପ୍ଲାଷ୍ଟିକ୍‌ ବକେଟ୍‌ ଦ୍ବାରା ଆବଦ୍ଧ କରି ରଖାଯାଇଥିଲା। ଉକ୍ତ ବକେଟ୍‌ଗୁଡ଼ିକୁ କାଢ଼ିବା ପରେ ଭିତରୁ ଗୋମାଂସ ବାହାରିଥିଲା।

ସ୍ଥାନୀୟ ଲୋକଙ୍କୁ ଗାଡ଼ି ଚଢ଼ାଇବାକୁ ଚାଳକ ଉଦ୍ୟମ କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଗାଡ଼ିର ଭଙ୍ଗାରୁଜୁ କରିଥିଲେ। ଏଥିରେ ଗାଡ଼ି ଚାଳକ ଓ ହେଲ୍‌ପର୍‌ ଆହତ ହୋଇଥିଲେ। ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କଣ୍ଟେନର୍‌କୁ ଜବତ କରିଥିଲା। ତା ସହିତ ଗାଡ଼ି ଚାଳକ ଓ ହେଲ୍‌ପରକୁ ଡାକ୍ତରଖାନା ପଠାଇଥିଲା।

ସୂଚନା ଅନୁଯାୟୀ, ୩ଟି କଣ୍ଟେନର୍‌ ଧନକଉଡ଼ା ଭିତରୁ ଦ୍ରୁତ ଗତିରେ ବୁଧବାର ସନ୍ଧ୍ୟାରେ ବାହାରିଥିଲା। କିଛି ଲୋକଙ୍କ ସନ୍ଦେହ ହେବାରୁ କଣ୍ଟେନର୍‌ ପିଛା କରିଥିଲେ। ଜୟଗୁରୁ ମନ୍ଦିର ନିକଟରେ ଶେଷରେ ଯାଉଥିବା କଣ୍ଟେନର୍‌କୁ ଲୋକେ ଧରିବାରେ ସଫଳ ହୋଇଥିଲେ। ଗାଡ଼ିକୁ ଅଟକାଇବାକୁ ପ୍ରୟାସ କରିବା ବେଳେ ଗାଡ଼ି ଚାଳକ ସେମାନଙ୍କୁ ଚଢ଼ାଇ ଦେବାକୁ ପ୍ରୟାସ କରିଥିଲା। ଯାହା ଲୋକଙ୍କ ସନ୍ଦେହକୁ ଅଧିକ ବଢ଼ାଇଥିଲା। ଲୋକେ ରାଗିଯାଇ ଗାଡ଼ିକୁ ଭଙ୍ଗାରୁଜୁ କରିବା ସହ କଣ୍ଟେନର୍‌ ଖୋଲିଥିଲେ। ଖୋଲିବା ବେଳେ ସାମ୍ନା ପଟେ କିଛି ପ୍ଲାଷ୍ଟିକ୍‌ ବକେଟ୍‌ ରଖାଯାଇଥିଲା। ଉକ୍ତ ବକେଟ୍‌ କାଢ଼ିଦେବାରୁ ଭିତରୁ ଗୋମାଂସ ବାହାରିଥିଲା। ପରୀକ୍ଷା ପାଇଁ ସାଇଣ୍ଟିଫିକ୍‌ ଟିମ୍‌ ମାଂସର ନମୂନା ସଂଗ୍ରହ କରିଛି।

ଅଜଣା ଚାଉଳରେ ଭାତ ଖାଉଛି ପୁଲିସ!

ସମ୍ବଲପୁରରୁ ଟ୍ରିପ୍‌ ଟ୍ରିପ୍‌ ଗୋମାଂସ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ଏକଥା ପୁଲିସ ବିଭାଗ ଜାଣି ପାରୁନି ନା ଜାଣି ଜାଣି ଅଜଣା ଚାଉଳରେ ଭାତ ଖାଉଛି। ଏକଥା ଆମେ କହୁନୁ, ବୁଧବାର ଗୋମାଂସ ଭର୍ତ୍ତି କଣ୍ଟେନର୍‌ ଧରାପଡ଼ିବା ପରେ ଏକ ପ୍ରକାର ସ୍ପଷ୍ଟ କରୁଛି। ଧନକଉଡ଼ା ଦେଇ୩ଟି କଣ୍ଟେନର୍‌ ବାହାରିଥିଲା। ଏ ନେଇ ଲୋକେ ପୁଲିସକୁ ସୂଚନା ଦେଇଥିଲେ। କିନ୍ତୁ ସୂଚନା ପାଇବା ପରେ ମଧ୍ୟ ପୁଲିସ ଗାଡ଼ି ଜବତ କରିବାକୁ ପହଞ୍ଚି ନଥିଲା। ଗୋଟିଏ କଣ୍ଟେନର୍‌କୁ ସ୍ଥାନୀୟ ଲୋକେ ଅଟକାଇବା ପରେ ତା ଭିତରୁ ଗୋମାଂସ ବାହାରିଥିଲା। ଅନ୍ୟ ୨ କଣ୍ଟେନର୍‌ ଧରିବାକୁ ଲୋକେ ସଦର ଥାନା ପୁଲିସକୁ କହିବା ପରେ ମଧ୍ୟ ଅଜଣା ଚାଉଳ ଭାତ ଖାଇଥିଲା ପୁଲିସ। ପୁଲିସ ପଦକ୍ଷେପ ଗ୍ରହଣ ନ କରିବାରୁ ୨ଟି ଗୋମାଂସ ଭର୍ତ୍ତି କଣ୍ଟେନର୍‌ ଫେରାର୍‌ ହୋଇଯାଇଥିବା ଲୋକେ ଅଭିଯୋଗ ଆଣିଛନ୍ତି।

ବଜରଙ୍ଗ ଦଳ ର ପ୍ରାନ୍ତ ସଂଯୋଜକ ସୁଧୀର ବହିଦାରଙ୍କ କହିଛନ୍ତି, ସନ୍ଧ୍ୟାରେ ଗୋମାଂସ ଭର୍ତ୍ତି କଣ୍ଟେନର୍‌ ଧରିଥିବା ଖବର ପାଇଲି। ମୋତିଝରଣ କିମ୍ବା ସୁନାପାଲି ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଏକ ପ୍ରକାର ସ୍ପଷ୍ଟ। ଗାଡ଼ି ମାଲିକଙ୍କୁ ଫୋନ୍‌ ଯୋଗେ ପଚରାଯିବାରୁ ବରଫ ଟ୍ରାନ୍ସପୋର୍ଟ କରାଯାଉଥିବା କହିଥିଲେ। ୩ଟି କଣ୍ଟେନର୍‌ ଥିଲା, ଗୋଟିଏ ଧରାପଡ଼ିଛି। ଆଉ ୨ଟି ଫେରାର୍‌ ହୋଇଗଲେ।
ରାମଚନ୍ଦ୍ର ମେହେର କହିଛନ୍ତି, ଗୋ ମାଂସ ଚାଲାଣ ହେଉଛି ବୋଲି ପୁଲିସକୁ ସୂଚନା ଦିଆଯାଇଥିଲା। କିନ୍ତୁ ପୁଲିସ କୌଣସି ପଦକ୍ଷେପ ନ ନେବାରୁ ୨ଟି କଣ୍ଟେନର୍‌ ଖସିଗଲା। ସୁନାପାଲି ଅଞ୍ଚଳରେ ଏହି କାରବାର ଚାଲିଛି। ପ୍ରଶାସନକୁ ଠିକଣା ଠାରୁ ଆରମ୍ଭ କରି କାରବାର କରୁଥିବା ଲୋକଙ୍କ ବିଷୟରେ ଜଣାଇବା ପରେ ମଧ୍ୟ କିଛି ପଦକ୍ଷେପ ନିଆଯାଉନି। କାହାକୁ ଗିରଫ କରାଯାଉନି। ଏହାକୁ ଗୁରୁତର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ହନୁମାନ ଜୟନ୍ତୀ ସମନ୍ବୟ ସମିତି ସମ୍ପାଦକ ସମୀର ବାବୁ କହିଛନ୍ତି, ସୁନାପାଲି ଅଞ୍ଚଳରୁ କଣ୍ଟେନର୍‌ ଆସୁଥିବା ବେଳେ ଧନକଉଡ଼ା ବାସିନ୍ଦା ଦେଖି ପୁଲିସକୁ ଯୋଗାଯୋଗ କଲେ। ପୁଲିସ ଆସିବା ଆଗରୁ ଲୋକେ ପିଛା କରି ଗୋଟିଏ ଗାଡ଼ି ଜବତ କଲେ। ପୁଲିସକୁ ଏ ବିଷୟରେ ଜଣାଇବା ପରେ ବି ପୁଲିସ କିଛି ପଦକ୍ଷେପ ନେଲା ନାହିଁ। ଅନ୍ୟ ୨ କଣ୍ଟେନର୍‌ର ପତ୍ତା ବି ଲଗାଇବାକୁ ପୁଲିସ ଇଚ୍ଛା କରିଲା ନାହିଁ। ପୁଲିସ ସ୍ବାର୍ଥ ଛାଡ଼ି ଏହି ଗୋମାଂସ କାରବାରକୁ ରୋକ ଲଗାଇବା ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe