କଫ୍‌ ସିରପ ଜବତ ମାମଲା: ହିମାଚଳ ପ୍ରଦେଶରେ କଂପାନିର ଆକାଉଣ୍ଟ ଫ୍ରିଜ୍ କଲା ପୁଲିସ

Advertisment
କଫ୍‌ ସିରପ ଜବତ ମାମଲା: ହିମାଚଳ ପ୍ରଦେଶରେ କଂପାନିର ଆକାଉଣ୍ଟ ଫ୍ରିଜ୍ କଲା ପୁଲିସ

News18 Hindi

ବଲାଙ୍ଗୀର: କଫ୍‌ ସିରପ ଜବତ ମାମଲାରେ ବଲାଙ୍ଗୀର ପୁଲିସ କଟକର ମାଷ୍ଟରମାଇଣ୍ଡକୁ ଗିରଫ କରିଥିଲା। ଏହାସହ କୋଲକାତାରୁ କଫ୍‌ ସିରପ୍‌ ପଠାଇଥିବା କମ୍ପାନିର ଆକାଉଣ୍ଟକୁ ଫ୍ରିଜ କରିଥିଲା। ଏ ଭିତରେ ହିମାଚଳ ପ୍ରଦେଶରେ ଥିବା ଲାବୋରେଟ କମ୍ପାନିର ଏକ ବ୍ୟାଙ୍କ ଆକାଉଣ୍ଟ ଯେଉଁଥିରେ ୪୬ କୋଟି ଟଙ୍କା ଥିଲା ତାହାକୁ ଫ୍ରିଜ କରିଥିଲା ପୁଲିସ। ଫଳରେ କମ୍ପାନିର ଦୁଇ ଜଣ ପ୍ରତିନିଧି ଆଜି ବଲାଙ୍ଗୀର ଆସି ପହଞ୍ଚିଛନ୍ତି। ଗଣମାଧ୍ୟମ ପ୍ରଶ୍ନରେ ସେମାନେ କମ୍ପାନିର ଆକାଉଣ୍ଟ ଫ୍ରିଜ ହୋଇନି ବୋଲି କହିଥିଲେ। ଏହାସହ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରି ଦେଇଥିଲେ। ପୁଲିସ ଆସିଥିବା କର୍ମଚାରୀଙ୍କ ସହ ଆଲୋଚନା କରିଥିଲା। ଏସ୍‌ଡିପିଓ ତୋଫାନ ବାଗ ଓ ଅନ୍ୟ ଅଧିକାରୀମାନେ କର୍ମଚାରୀଙ୍କ ସହ ଆଲୋଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe