Cyber fraud when caught: 10th fail-8th fail to become master of cyber fraud Photograph: (sambad.in)
ଭୁବନେଶ୍ବର: କମିସନରେଟ ପୁଲିସ ହାତରେ ଧରାପଡିଲେ ୩ ସାଇବର ଠକ। ଦୁଇଜଣଙ୍କୁ ଗୁଜୁରାଟରୁ ଆଉ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୁଲିସ। ଗୁଜରାଟର ଏକ ସାଇବର ଠକ ଗ୍ୟାଙ୍ଗ ସ୍କାଇପ ଜରିଆରେ ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ ଆରେଷ୍ଟ କରିଥିଲେ।
କୋରିଅରରେ ଗଞ୍ଜେଇ ଆସିଥିବା କହି ଠକ ଡିଜିଟାଲ ଆରେଷ୍ଟ କରିଥିଲେ। ସାଇବର ଠକଙ୍କ ଜାଲରେ ଫସିଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଟଙ୍କା ନଥିବାର ଲୋନ୍ ନେବାକୁ ବାଧ୍ୟ କରିଥିଲେ ଠକ। ଲୋନ ନେବା ପରେ ଠକଙ୍କୁ ୬ଲକ୍ଷ ୯୪ ହଜାର ଟଙ୍କା ଦେଇଥିଲେ। ସାଇବର ଥାନାରେ ଅଭିଯୋଗ କରିବା ପରେ ୨ ଲକ୍ଷ ଫେରି ପାଇଥିଲେ ।
ଏହି ଘଟଣାରେ କମିସନରେଟ ପୁଲିସ ଗୁଜରାଟରୁ ୨୭ ବର୍ଷୀୟ ବିଶାଲ ରମେଶକୁ ଗିରଫ କରିଛି। ବିଶାଲ ଅଷ୍ଟମ ଫେଲ୍ ହୋଇଥିଲେ ବି ସାଇବର ଠକରେ ଓସ୍ତାଦ୍ ପାଲଟି ଯାଇଥିଲେ। ସେହିପରି ଗୁଜରାଟର ମିଲନ ଚୌହାନଙ୍କୁ କମିସନରେଟ ପୁଲିସ ଗିରଫ କରିଛି ।
ଜଷ୍ଟ୍ ଡାଏଲ ଓ୍ବେବସାଇଟରେ ନକଲି କମ୍ପାନି କରି ଲୋକଙ୍କୁ ଠକୁଥିଲେ। ଦଶମ ଫେଲ୍ ହୋଇଥିବା ମିଲନ ଲୋକଙ୍କୁ ଠକି ନିଜ ବ୍ୟାଙ୍କ ଆକାଉଣ୍ଟ ବଢାଉଥିଲେ। ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କ ଠାରୁ ୧୪ ଲକ୍ଷ ଲୁଟି ନେଇଥିଲେ। ପୂର୍ବରୁ ଏହି ଗ୍ୟାଙ୍ଗର ୩ ଜଣ ଗିରଫ ହୋଇଥିବାବେଳେ ଏବେ ଗୁଜରାଟରୁ ଧରାପଡିଛନ୍ତି ମିଲନ ଚୌହ୍ବାନ।
ସେହିପରି ପ୍ରି ଆକ୍ଟିଓ୍ବେଟ ସିମ ବିକ୍ରି କରି ଜଣେ ବ୍ୟବସାୟୀ ବନ୍ଧା ହୋଇଛନ୍ତି। ଭୁବନେଶ୍ୱରର କଳିଙ୍ଗ ବିହାର ସ୍ଥିତ ଶୁଭମ୍ କମ୍ୟୁନିକେସନ ଦୋକାନରେ ଚଢାଉ କରି ବ୍ୟବସାୟୀ ସର୍ବେଶ୍ବର ପାତ୍ରଙ୍କୁ ସାଇବର ଥାନା ପୁଲିସ ଗିରଫ କରିଛି।
ତାଙ୍କ ଦୋକାନର ବହୁ ପ୍ରି ଅକ୍ଟିଭେଟ ସିମ ଜବତ୍ କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ପ୍ରଦାନ କରିଛନ୍ତି।
commissionerate police | Cyber Fraud | Digital Arrest
Follow Us