ଭିଜିଲାନ୍ସ ଜାଲରେ ଏଇଇ

ଟିଟିଲାଗଡ ପୂର୍ତ୍ତ ବିଭାଗ ଏଇଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏଇଇ ଦିଲେଶ୍ୱର ମାଝୀଙ୍କ ଘରେ ଚଢ଼ଉ ଚାଲିଛି । ଟିଟିଲାଗଡ ଅଫିସ ଏବଂ ଘର ସହ ୬ ଟି ଜାଗାରେ ଚଢ଼ଉ ଚାଲିଛି । ଟିଟିଲାଗଡ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ପୈତୃକ ଗାଁରେ ଜଢ଼ଉ ଜାରି ରହିଛି....

AEE Caught in the vigilance net

AEE Caught in the vigilance net Photograph: (sambad.in)

ଟିଟିଲାଗଡ: ଟିଟିଲାଗଡ ପୂର୍ତ୍ତ ବିଭାଗ ଏଇଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।  ଏଇଇ ଦିଲେଶ୍ୱର ମାଝୀଙ୍କ ଘରେ ଚଢ଼ଉ ଚାଲିଛି । ଟିଟିଲାଗଡ ଅଫିସ ଏବଂ ଘର ସହ ୬ ଟି ଜାଗାରେ ଚଢ଼ଉ ଚାଲିଛି । ଟିଟିଲାଗଡ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ପୈତୃକ ଗାଁରେ ଜଢ଼ଉ ଜାରି ରହିଛି। 

ଦିଲେଶ୍ୱର ମାଝୀ ବଲାଙ୍ଗୀରର କଣ୍ଟାବାଞ୍ଜି ଆର ଆଣ୍ଡ ବି ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବିରୁଦ୍ଧରେ ଆୟଠାରୁ ଅଧିକ ସମ୍ପତ୍ତି (ଡିଏ) ଅର୍ଜନ ଅଭିଯୋଗ ହୋଇଛି। ଓଡିଶା ଭିଜିଲାନ୍ସର ୫ ଡିଏସଏସପି, ୮ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ଉ ଜାରି ରହିଛି।

ବଲାଙ୍ଗୀର ଭିଜିଲାନ୍ସ, ସ୍ପେଶାଲ ଜଜ୍‌ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ଥିବା ଦିଲେଶ୍ବରଙ୍କ ସମ୍ପତ୍ତି ସ୍ଥାନରେ  ତଲାସୀ କରାଯାଉଛି।

ସେଥିମଧ୍ୟରେ ସମ୍ବଲପୁର ଟାଉନ୍, ୟୁନିଟ୍-୧୬ (ସାରଲା), ସମ୍ବଲପୁରରେ ଅବସ୍ଥିତ ଏକ ଦ୍ୱିତଳ କୋଠା ରହିଛି।

ଅଧିକ ପଢ଼ନ୍ତୁ: ୩ ଶହ କୋଟି ଟଙ୍କା ପ୍ରକଳ୍ପର ଭାଗ୍ୟ ଫିଟୁନି: ଅବଧି ସରିଲା, ପ୍ରକଳ୍ପ ସରୁନି

ଏହା ସହିତ ଝାରସୁଗୁଡାର ବ୍ରଜରାଜନଗର ୟୁନିଟ୍-୨,  ଗାନ୍ଧାଗୋରା ମୌଜା ଠାରେ ଏକ ଦୁଇ ମହଲା କୋଠା ରହିଛି। ଝାରସୁଗୁଡାର ବ୍ରଜରାଜନଗର, ୟୁନିଟ୍-୨ ଗଣ୍ଡାଗୋରା, ନୁଆଡିହି ମୌଜା ଠାରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ

 ମଧ୍ୟ ଚଢ଼ଉ ଜାରି ରହିଛି। ସେହିପରି ଝାରସୁଗୁଡା ଜିଲ୍ଲା ଲହାଣ୍ଡାବୁଡରେ ଦୁଇଟି ହାଉସିଂ ବୋର୍ଡ ଘର ଏବଂ ଅଫିସ୍ ଚାମ୍ବର, ବଲାଙ୍ଗୀରର ଆର ଏବଂ ବି ଡିଭିଜନ୍, କାଣ୍ଟାବାଞ୍ଜି କାର୍ଯ୍ୟାଳୟରେ  ଚଢ଼ଉ ଜାରି ରହିଛି। 

ଏହା ସହିତ ବଲାଙ୍ଗୀରର ଟିଟଲାଗଡ଼ରେ ଅବସ୍ଥିତ ସରକାରୀ କ୍ୱାର୍ଟରରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି। 

ଅଧିକ ପଢ଼ନ୍ତୁ: ରଥଯାତ୍ରାରେ ଦଳଚକଟା ଭଳି ସ୍ଥିତି ନେଇ ଶାସକ-ବିରୋଧୀ ମୁହାଁମୁହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe