ଜିଲ୍ଲାପାଳଙ୍କୁ ଲାଞ୍ଚ ଦେଇ ଧରାପଡ଼ିଲେ: ଅମ୍ବୁଜା ସିମେଣ୍ଟ ସିଏମ୍‌ଓ ଗିରଫ

Advertisment

ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଅମ୍ବୁଜା ସିମେଣ୍ଟର ଚିଫ୍‌ ମାନୁଫାକ୍‌ଚରିଂ ଅଫିସର (ସିଏମ୍‌ଓ) ରାମଭାବ ଗଟ୍ଟୁଙ୍କୁ ବାନ୍ଧିଛି ଭିଜିଲାନ୍ସ। ସମ୍ବଲପୁର ଭିଜିଲାନ୍ସ ବିଭାଗ ଶ୍ରୀ ଗଟ୍ଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାସହ ସେ ଦେଇଥିବା ୨ଲକ୍ଷ ଟଙ୍କା ଜବତ କରାଯାଇଛି।

ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଅମ୍ବୁଜା ସିମେଣ୍ଟର ଚିଫ୍‌ ମାନୁଫାକ୍‌ଚରିଂ ଅଫିସର (ସିଏମ୍‌ଓ) ରାମଭାବ ଗଟ୍ଟୁଙ୍କୁ ବାନ୍ଧିଛି ଭିଜିଲାନ୍ସ। ସମ୍ବଲପୁର ଭିଜିଲାନ୍ସ ବିଭାଗ ଶ୍ରୀ ଗଟ୍ଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାସହ ସେ ଦେଇଥିବା ୨ଲକ୍ଷ ଟଙ୍କା ଜବତ କରାଯାଇଛି।

dggddr

ବରଗଡ଼: ଲାଞ୍ଚ ନେଇ ଧରାପଡୁଥିଲେ ସରକାରୀ ଅଧିକାରୀ ଓ କର୍ମଚାରୀ। ହେଲେ ଏଥର ଲାଞ୍ଚ ଦେଇ ଧରାପଡ଼ିଛନ୍ତି ଏକ ଘରୋଇ କଂପାନିର ଉଚ୍ଚ ଅଧିକାରୀ। ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଅମ୍ବୁଜା ସିମେଣ୍ଟର ଚିଫ୍‌ ମାନୁଫାକ୍‌ଚରିଂ ଅଫିସର (ସିଏମ୍‌ଓ) ରାମଭାବ ଗଟ୍ଟୁଙ୍କୁ ବାନ୍ଧିଛି ଭିଜିଲାନ୍ସ। ସମ୍ବଲପୁର ଭିଜିଲାନ୍ସ ବିଭାଗ ଶ୍ରୀ ଗଟ୍ଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାସହ ସେ ଦେଇଥିବା ୨ଲକ୍ଷ ଟଙ୍କା ଜବତ କରାଯାଇଛି।  

ମିଳିଥିବା ସୂଚନାନୁସାରେ, ଅମ୍ବୁଜା ସିମେଣ୍ଟର ଛତିଶଗଡ଼ର ସିଏମ୍‌ଓ ରାମଭାବ ଗଟ୍ଟୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେ ଜିଲ୍ଲାପାଳଙ୍କୁ ଦେଖା କରିବାକୁ ଯାଇଥିଲେ। ଜିଲ୍ଲାପାଳଙ୍କ ଚାମ୍ବରକୁ ଯାଇ ଏକ ଫୁଲତୋଡ଼ା ସହ ମିଠା ପ୍ୟାକେଟ୍‌ ହାତକୁ ବଢ଼ାଇଥିଲେ। ଶ୍ରୀ ଗଟ୍ଟୁଙ୍କ କଥାବାର୍ତ୍ତା ଓ ହାବଭାବ ଦେଖି ଜିଲ୍ଲାପାଳ ମିଠା ପ୍ୟାକେଟକୁ ଖୋଲିବାକୁ ତାଙ୍କ ପିଅନ୍‌କୁ ଡାକିଥିଲେ। ପିଅନ ମିଠା ପ୍ୟାକେଟ୍‌ ଖୋଲିବାରୁ ସେଥିରେ ୫୦୦ ଟଙ୍କିଆ ନୋଟ୍‌ ଚାରି ବିଡ଼ା ରହିଥିବା ଜଣାପଡ଼ିଥିଲା। ଜିଲ୍ଲାପାଳ ବରଗଡ଼ ଭିଜିଲାନ୍ସ ଅଧିକାରୀଙ୍କୁ ଏ ସଂପର୍କରେ ସୂଚନା ଦେଇଥିଲେ। ଭିଜିଲାନ୍ସ ଟିମ୍‌ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ସିଏମ୍‌ଓଙ୍କୁ ଅଟକ ରଖିବା ସହ ଲାଞ୍ଚ ଅର୍ଥ ଜବତ କରିଥିଲେ। ଜିଲ୍ଲାପାଳଙ୍କୁ ମୋଟ ୨ ଲକ୍ଷ ଟଙ୍କା ସେ ଦେଉଥିବା ଭିଜିଲାନ୍ସ ବିଭାଗ ଟଙ୍କା ଗଣତି ପରେ ସୂଚନା ଦେଇଛି। ଏ ନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ କେସ ନମ୍ବର ୨୩, ଦଫା୮/୯/୧୦ ପିସି ଆକ୍ଟରେ ମାମଲା ରୁଜୁ କରିଛି। ଜିଲ୍ଲାପାଳଙ୍କୁ ଲାଞ୍ଚ ଦେବା କାରଣ ସଂପର୍କରେ ବରଗଡ଼ ଭିଜିଲାନ୍ସ ଇନ୍‌ସପେକ୍ଟରଙ୍କୁ ପଚାରିବାରୁ ସେ କହିଛନ୍ତି ଏ ସଂପର୍କରେ ଅସୁସନ୍ଧାନ ଚାଲିଛି, ତଦନ୍ତ ପରେ ତାହା ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe