ଅଦିନିଆ କୋବି ଚାଷ କରି ଲାଭବାନ ହୋଇଛନ୍ତି ଜଗବନ୍ଧୁ: ବାର୍ଷିକ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରୁଛନ୍ତି ରୋଜଗାର

ଅଦିନିଆ କୋବି ଚାଷ କରି ଲାଭବାନ ହୋଇଛନ୍ତି ଜଗବନ୍ଧୁ: ବାର୍ଷିକ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରୁଛନ୍ତି ରୋଜଗାର

The Spruce

ଦେବଗଡ: କୃଷି ପ୍ରଧାନ ଦେବଗଡ ଜିଲ୍ଲା ର ଦୁର୍ଗମ ଅଂଚଳ ଭାବେ ଜଣାଶୁଣା ତିଲେଇବଣୀ ବ୍ଲକ ପାରପୋଷି ପଂଚାୟତ ଅନ୍ତର୍ଗତ ରାଇତାଲ ଗ୍ରାମର ଜଗବନ୍ଧୁ ବେହେରାଙ୍କ ନିଷ୍ଠାପର ଉଦ୍ୟମରୁ ଆରମ୍ଭ ହୋଇଥିବା ଅଦିନିଆ କୋବି ଚାଷ କରି ପରିବାର ଆର୍ଥିକ ସ୍ଥିତିତକୁ ସୁଦୃଢ କରିବା ସହିତ ଅନେକଙ୍କ ରୋଜଗାର ଯୋଗାଇବାର ମାଧ୍ୟମ ସାଜିଛନ୍ତି ।

ପାରମ୍ପରିକ ଧାନ ଚାଷ ବଦଳରେ କିଛି ବର୍ଷ ତଳେ ପରୀକ୍ଷା ମୂଳକ ଭାବେ ଅଦିନିଆ ଫୁଲ କୋବି ଚାଷ ଆରମ୍ଭ କରିଥିଲେ । ଏଥିରୁ ସୁଫଳ ମିଳିବା ପରେ ସେ ଏହି ଚାଷକୁ ବଡ଼ ଆକାରରେ କରୁଛନ୍ତି । କୋବି ଚାଷ କରି ଜଗବନ୍ଧୁ ବାର୍ଷିକ ୨ରୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତାଙ୍କୁ ଦେଖି ଅନ୍ୟ କିଛି ଚାଷୀ ମଧ୍ୟ ଏହି ଚାଷ ପ୍ରତି ମନ ବଳାଇଲେଣି । ତେବେ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା ଉଦ୍ୟାନ ବିଭାଗ ପକ୍ଷରୁ ଯଥେଷ୍ଟ ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି ।

ଜଗବନ୍ଧୁ କୋବି ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ କିଛି ପରିବାରକୁ ମଧ୍ୟ ଚାଷକାମରେ ନିଯୁକ୍ତି ଦେଇଛନ୍ତି । ନିଜ ଘର ପାଖରେ ରହି କାମ କରି ଏମାନେ ଉପକୃତ ହୋଇପାରିଛନ୍ତି । ତେବେ ଅଂଚଳରେ କୋବି ବିକ୍ରି ପାଇଁ ଅଧିକ ବଜାର ସୁବିଧା ଓ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯିବାକୁ ଚାଷୀମାନେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe