ଶ୍ରୀମନ୍ଦିରର ପୂର୍ବତନ ଜନସୂଚନା ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ

Advertisment
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ବଲାଙ୍ଗୀର : ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଜନସୂଚନା ଅଧିକାରୀଙ୍କୁ ରତ୍ନଭଣ୍ଡାର ଚାବି, ନବ କଳେବର ବିଶୃଙ୍ଖଳା ଇତ୍ୟାଦିକୁ ନେଇ ଗତ ୧୧ ଜୁନ୍‌ ୨୦୧୮ ମସିହାରେ କେତେକ ତଥ୍ୟ ମାଗିଥିଲେ। କିନ୍ତୁ ତତ୍କାଳୀନ ଜନସୂଚନା ଅଧିକାରୀ ବିଭିନ୍ନ ଆଳ ଦେଖାଇ ଶ୍ରୀ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରି ନଥିଲେ। ସୂଚନା କର୍ମୀ ପଣ୍ଡା ଏହାକୁ ନେଇ ରାଜ୍ୟ ସୂଚନା କମିସନରଙ୍କ ଦ୍ୱାରସ୍ଥ ହୋଇଥିଲେ।

ତାଙ୍କ ଆବଦେନକୁ ସୂଚନା କମିସନର ବିଚାର କରି ଗତ ୧୯ ଏପ୍ରିଲ ଦିନ ପ୍ରଦାନ କରିଥିବା ଅନ୍ତରୀଣ ଆଦେଶରେ ଶ୍ରୀ ଜଗନ୍ନାଥ ମନ୍ଦିର ପୂର୍ବ ଜନସୂଚନା ଅଧିକାରୀ ଏସ୍‌. କେ. ଚାଟାର୍ଜୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଶ୍ରୀ ଚାଟାର୍ଜୀ ପ୍ରାଥମିକ ଭାବେ ସୂଚନା ଅଧିକାର ଆଇନର ଉଲ୍ଲଂଘନ କରିଥିବା କଥା ସୂଚନା କମିସନର ଏସ୍‌. କେ. ସ୍ୱାଇଁ ତାଙ୍କ ଆଦେଶରେ ପ୍ରକାଶ କରିବା ସଙ୍ଗେ ତତ୍କାଳୀନ ଜନ ସୂଚନା ଅଧିକାରୀ ଚାଟାର୍ଜୀଙ୍କୁ ସୂଚନା ଅଧିକାର ଆଇନର ୨୦ ଧାରା ଅନୁଯାୟୀ କାହିଁକି ଅର୍ଥ ଦଣ୍ଡରେ ଦଣ୍ଡିତ କରା ନଯିବ ଏହାର ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଜାରି କରିବା ସଙ୍ଗେ ଆଗାମୀ ମଇ ୨୩ ତାରିଖ ଦିନ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଶ୍ରୀଜଗନ୍ନାଥ ମନ୍ଦିର ସହ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଜଡ଼ିତ ରହିଥିବା କାରଣରୁ ମନ୍ଦିର ପରିଚାଳନାରେ ଘଟୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ବିଶୃଙ୍କଳା ଓ ବିଭ୍ରାଟ ସମ୍ପର୍କିତ ବିଭିନ୍ନ ତଥ୍ୟକୁ ଜାଣିବା ପାଇଁ ସମସ୍ତେ ଉତ୍ସୁକ ଥିବା ବେଳେ ମନ୍ଦିର ପ୍ରଶାସନ ସୂଚନା ଅଧିକାର ଆଇନର ଆବେଦନଗୁଡ଼ିକୁ ବିଭିନ୍ନ ସମୟରେ ଅବହେଳା କରୁଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe