ସି-ସୋର ଚିଟ୍‌ଫଣ୍ଡ ଲିଙ୍କରେ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ସିବିଆଇର ଛାନଭିନ୍

ସିବିଆଇର ତଦନ୍ତରେ ମୁଁ ସହଯୋଗ କରୁଛି : ଦେବୀପ୍ରସାଦ

ସି-ସୋର ଚିଟ୍‌ଫଣ୍ଡ ଲିଙ୍କରେ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ସିବିଆଇର ଛାନଭିନ୍

ଭୁବନେଶ୍ୱର:  ବିଜେଡିର ବରିଷ୍ଠ ନେତା ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ପକ୍ଷରୁ ଛାନଭିନ୍ କରାଯାଇଛି। ସିବିଆଇର ଏକ ଟିମ୍ ପ୍ରାୟ ଦୁଇ ଘଣ୍ଟା ଧରି ଛାନଭିନ୍ କରିବା ପରେ କିଛି ଦସ୍ତାବିଜ୍ ଧରି ବିଧାୟକ ଶ୍ରୀ ମିଶ୍ରଙ୍କ ଘରୁ ଫେରିଯାଇଥିବା ଜଣାଯାଇଛି।

ଅନ୍ୟ ପକ୍ଷରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ମିଶ୍ର। ସେ କହିଛନ୍ତି, ୨୦୧୩ରୁ ଏ ମାମଲାର ତଦନ୍ତ କରୁଛି ସିବିଆଇ। ଏଥିରେ ମୁଁ ସହଯୋଗ କରୁଛି। ପୂର୍ବରୁ ସିବିଆଇ ପକ୍ଷରୁ ନୋଟିସ୍ ହୋଇଥିଲା। ତେବେ ଆଜି ଆସିବା ନେଇ ସୂଚନା ନ ଥିଲା। ସେମାନେ ପର୍ଯ୍ୟଟନ ବିଭାଗର କାଗଜପତ୍ର ଦେଖିବାକୁ ଚାହିଥିଲେ। ଏହା ରେଡ୍ ନୁହେଁ, ତଦନ୍ତ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ମିଶ୍ର।

publive-image

ଆଜି ସକାଳ ପ୍ରାୟ ୯ଟା ବେଳେ ସିବିଆଇର ଏକ ୭ଜଣିଆ ଟିମ୍  ଦୁଇଟି ଗାଡ଼ିରେ ଦେବୀପ୍ରସାଦ ମିଶ୍ରଙ୍କ ଭୁବନେଶ୍ବରର ୟୁନିଟ୍ ୧ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଥିଲେ। ସେମାନେ ପ୍ରାୟ ଦୁଇ ଘଣ୍ଟା ଧରି ଦେବୀ ମିଶ୍ରଙ୍କ ଘରେ ରହି ଛାନଭିନ୍ କରିଥିବା ଜଣାଯାଇଛି। ଏହି ସମୟରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ମିଶ୍ର ଉପସ୍ଥିତ ଥିବା ସୂଚନା ମିଳିଛି।

ସି-ସୋର ଚିଟ୍‌ଫଣ୍ଡ ଲିଙ୍କରେ ସିବିଆଇ ପକ୍ଷରୁ ଏହି ଛାନଭିନ୍ କରାଯାଇଥିବା ସୂଚନା ରହିଛି। ଏହି ସମୟରେ ସିବିଆଇ କେତେକ ଗୁରୁତ୍ତ୍ବପୂର୍ଣ୍ଣ ତଥ୍ୟ ଥିବା କାଗଜପତ୍ର ସଂଗ୍ରହ କରିଥିବା କୁହାଯାଉଛି। ତେବେ ଏ ସଂପର୍କରେ ସିବିଆଇ ଟିମ୍ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।

ସୂଚନାଯୋଗ୍ୟ, ପୂର୍ବରୁ ଦେବୀପ୍ରସାଦ ମିଶ୍ରଙ୍କ ଦୁଇ ସହଯୋଗୀ ପ୍ରଫୁଲ୍ଲ ସିଂହ ଓ ଦିଲୀପ ମିଶ୍ର ସିବିଆଇର ଜେରାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe