ସୁନ୍ଦରଗଡ଼: ଶୁକ୍ରବାର ସିବିଆଇର ସ୍ବତନ୍ତ୍ର ଟିମ୍ ଏମ୍ସିଏଲ୍ର ଗର୍ଜନବାହାଲ କୋଇଲା ଖଣି, କୁଲଡ଼ା ଖଣି ଓ କନିକା ରେଳ ସାଇଡିଂରେ ଚଢ଼ଉ କରିଛି। ଖଣିରୁ ସାଇଡିଂକୁ ଯାଇଥିବା ୭୫ ହଜାର ଟନ୍ କୋଇଲା ହିସାବରେ ଗଡ଼ବଡ଼ ଓ କୋଇଲା ଚୋରା ଚାଲାଣ ଅଭିଯୋଗ ଉପରେ ଦିଲ୍ଲୀ ସିବିଆଇର ତିନିଟି ଦଳ ଏକକାଳୀନ ତନାଘନା ଚଳାଇଛନ୍ତି। ଯାଞ୍ଚ ପ୍ରକ୍ରିୟାରେ ଇଡି ଓ ଖଣି ବିଭାଗ ମଧ୍ୟ ସାମିଲ ହୋଇଛି। କନିକା ରେଳ ସାଇଡିଂ ଇନ୍ଚାର୍ଜ ସାରଦାପ୍ରସାଦ ସେଠୀ ଓ ଗର୍ଜନବାହାଲ ପ୍ରକଳ୍ପ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି। ଏମ୍ସିଏଲ୍ କର୍ମଚାରୀ ଶ୍ରୀ ସେଠୀ ପୂର୍ବରୁ ଗର୍ଜନବାହାଲ ଖଣି ପ୍ରକଳ୍ପ ଦାୟିତ୍ବରେ ଥିଲେ। କିଛି ମାସ ହେଲା ସେ ରେଳ ସାଇଡିଂର ଇନ୍ଚାର୍ଜ ଅଛନ୍ତି। ତେବେ ଗର୍ଜନବାହାଲ ଖଣିରୁ କନିକା ରେଳ ସାଇଡିଂକୁ ଯାଇଥିବା କୋଇଲା ଚୋରାଚାଲାଣରେ ଛତିଶଗଡ଼ର ଜଣେ କୋଇଲା ପରିବହନକାରୀଙ୍କ ନାଁ ଚର୍ଚ୍ଚାକୁ ଆସିଛି।
Good News: ତୁମୁଣିରେ ଘର ତୋଳିବାକୁ ନେଇ ଗାଁ ଏକତା
ଗର୍ଜନବାହାଲ ଖଣି, କନିକା ରେଳ ସାଇଡିଂରେ ତନାଘନା
ଅସାଧୁ ଖଣି ଅଧିକାରୀଙ୍କ ସମ୍ପୃକ୍ତିରେ ଛତିଶଗଡ଼ର ସେହି ବେପାରୀଙ୍କ ସହ ଅନ୍ୟମାନେ ସାଇଡିଂ ଯିବା ବାଟରୁ କୋଇଲା ଗାଏବ କରି ଦେଉଥିଲେ। ଚୋରା କୋଇଲା ସବୁ ବିଭିନ୍ନ ଜଙ୍ଗଲ ମଧ୍ୟରେ ଥିବା ଗୁପ୍ତ ଷ୍ଟକ୍ୟାର୍ଡରେ ଗଦା କରି ସେଠାରୁ ଚାଲାଣ କରୁଥିଲେ। ପୂର୍ବରୁ ଚୋରା ଷ୍ଟକ୍ର କିଛି ଚିତ୍ର ସାମନାକୁ ଆସିଥିଲା। ୨୦୨୫ ଏପ୍ରିଲ ମାସରେ ଏମ୍ସିଏଲ୍ ଅଧିକୃତ ଗୋପାଳପୁର ଜଙ୍ଗଲରେ ରାଜ୍ୟର ବଡ଼ କୋଇଲା କେଳେଙ୍କାରୀକୁ ‘ସମ୍ବାଦ’ ପଦାକୁ ଆଣିଥିଲା। ସେଥିରେ ମଧ୍ୟ ଏହି ଛତିଶଗଡ଼ ବ୍ୟବସାୟୀଙ୍କ ସମ୍ପୃକ୍ତି ଚର୍ଚ୍ଚାକୁ ଆସିଥିଲା। ସିବିଆଇ ଚଢ଼ଉ ଜାରି ରହିଥିବାବେଳେ ଆଗକୁ ସମ୍ପୃକ୍ତ ବେପାରୀଙ୍କ ପାଖରେ ପହଞ୍ଚିପାରେ ବୋଲି ଆଲୋଚନା ହେଉଛି। ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଖଣି ବିଭାଗର ଏକ ଦଳ ପହଞ୍ଚି ଚଢ଼ଉରେ ସାମିଲ ହୋଇଛନ୍ତି। ସାଇଡିଂ ଇନ୍ଚାର୍ଜ ଶ୍ରୀ ସେଠୀଙ୍କ ଘରେ ଓ ବସୁନ୍ଧରା ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ବି ଖାନତଲାସ ହୋଇଛି। ଶ୍ରୀ ସେଠୀଙ୍କୁ ଏମ୍ସିଏଲ୍ ଅତିଥି ଭବନରେ ଅଟକ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/31/dgjgjgjgdbcn-2026-01-31-01-41-27.jpg)