ଅଂଜନା ମିଶ୍ରଙ୍କୁ ସିବିଆଇ ଟିମ୍‌ର ପଚରାଉଚରା

Advertisment
ସିବିଆଇ ନିର୍ଦ୍ଦେଶକ ଦୌଡ଼ରେ ଓଡ଼ିଆ ଆଇପିଏସ୍‌

Representational Image

ଭୁବନେଶ୍ବର: ସିବିଆଇର ଏକ ଟିମ୍‌ ଆଜି ଅଂଜନା ମିଶ୍ରଙ୍କ ଘରେ ପହଂଚି ତାଙ୍କୁ ପଚରାଉଚରା କରିଥିବା ଜଣାଯାଇଛି। ଏହି ଟିମ୍‌ ଗଣଦୁଷ୍କର୍ମ ମାମଲା ଓ ବିବନ ଗିରଫ ପ୍ରସଙ୍ଗରେ ପଚରାଉଚରା କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିବିଆଇର ୨ ଜଣିଆ ଟିମ୍‌ ଅଂଜନା ମିଶ୍ରଙ୍କୁ ପଚରାଉଚରା କରିଥିଲେ। ସିବିଆଇର ପ୍ରଶ୍ନରେ ଅଂଜନା ମିଶ୍ର ଉତ୍ତର ଦେଇଥିଲେ।

ସିବିଆଇ ପ୍ରଶ୍ନର ଉତ୍ତର ରଖିବା ପରେ ଅଂଜନା ମିଶ୍ର ଗଣମାଧ୍ୟମକୁ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋ ପାଖରେ ଯାହା ତଥ୍ୟ ଥିଲା, ତାହା ଦେଇଛି। ସିବିଆଇ ଟିମ୍‌ ଯାହା ପଚାରିଥିଲେ ତାହାର ଉତ୍ତର ଦେଇଛି।

ତେ‌ବେ ସିବିଆଇ ଟିମ୍‌ ଅଂଜନାଙ୍କୁ କ’ଣ ପ୍ରଶ୍ନ ପଚାରିଥିଲେ, ତାହା ସେ ଗଣମାଧ୍ୟମକୁ କହି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe