ହାଇକୋର୍ଟ ବିଚାରପତିଙ୍କ ଘରେ ସିବିଆଇ ପଶିବା ଘଟଣା: ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Advertisment
ଓଡ଼ିଶା ହାଇକୋର୍ଟ ଫେରିବେ ଜଷ୍ଟିସ ପ୍ରମଥ ପଟ୍ଟନାୟକ, ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ

କଟକ: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଘରେ ବୁଧବାର ସିବିଆଇ ପଶିବା ଘଟଣାକୁ କେନ୍ଦ୍ର କରି ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସିବିଆଇର କାର୍ଯ୍ୟକଳାପକୁ କଡ଼ା ବିରୋଧ କରି ହାଇକୋର୍ଟ ବାର ଆସୋସିଏସନ୍‌ କଠୋର ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନା ଅନୁସାରେ ଓକିଲଙ୍କ ନିଷ୍ପତ୍ତି ଅନୁସାରେ ଗୁରୁବାର ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ। ପରବର୍ତ୍ତି ପଦକ୍ଷେପ ପାଇଁ ପୁଣି ବୈଠକ ବସାଇବାକୁ ବାର ଆସୋସିଏସନ୍‌ ନିଷ୍ପତି ନେଇଛି। ଅବସରପ୍ରାପ୍ତ ବିଚାରତପତିଙ୍କୁ ଖୋଜୁଥିବା ବେଳେ ସିବିଆଇ ନିଜର ଭୁଲ ଜାଣିପାରି ଫେରି ଯାଇଥିଲା।

ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ଘରେ ସିବିଆଇ ପଶିବା ଘଟଣା ନେଇ ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ପୁଲିସ କମିସନର ଓ୍ଵାବି ଖୁରାନିଆ ହାଇକୋର୍ଟର ମୁଖ୍ୟ ବିଚାରପତି ବୀନିତ ଶରଣଙ୍କୁ ସାକ୍ଷାତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe