ସମ୍ବଲପୁର ପିଏମ୍‌ଜିରେ ସିବିଆଇ ପଶିଲା, ୧ ଲକ୍ଷ ୪୦ ହଜାର ଲାଞ୍ଚନେଇ ଧରାପଡ଼ିଲେ ଯନ୍ତ୍ରୀ

୭ଜଣିଆ ଟିମ୍‌ର ଚଢ଼ାଉ, ମଧ୍ୟସ୍ଥି ବି ଗିରଫ

ସମ୍ବଲପୁର ପିଏମ୍‌ଜିରେ ସିବିଆଇ ପଶିଲା, ୧ ଲକ୍ଷ ୪୦ ହଜାର ଲାଞ୍ଚନେଇ ଧରାପଡ଼ିଲେ ଯନ୍ତ୍ରୀ

ସମ୍ବଲପୁର : ପୋଷ୍ଟମାଷ୍ଟର ଜେନେରାଲ୍ ସମ୍ବଲପୁର ମଣ୍ଡଳରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଶୁଭାଶିଷ ପାଲ୍ ୧ ଲକ୍ଷ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ହାତରେ ଧରାପଡ଼ିଛନ୍ତି। ଜଣେ ଠିକାଦାରଙ୍କଠାରୁ ବିଲ୍ ପାସ୍ କରିବା ପାଇଁ ସହକାରୀ ଯନ୍ତ୍ରୀ ଜଣକ ଟଙ୍କା ନେଉଥିଲେ। ଭୁବନେଶ୍ବରରୁ ଆସିଥିବା ୭ ଜଣିଆ ସିବିଆଇ ଟିମ୍ ତାଙ୍କୁ ଧରିଥିଲା। ତାଙ୍କ ସହିତ ମଧ୍ୟସ୍ଥି କରୁଥିବା ଦେବେନ୍ଦ୍ର ପୁହାଣଙ୍କୁ ମଧ୍ୟ ଏହି ଟିମ୍ ଗିରଫ କରିଥିବା ସୂଚନା ମିଳିଛି।

ସମ୍ବଲପୁର ମଣ୍ଡଳ ଅଧୀନରେ ଥିବା ଜିଲ୍ଲାଗୁଡ଼ିକର ଠିକା କାମ ପାଇଁ ବିଲ୍ ପାସ୍ କରିବା ପାଇଁ ଠିକାଦାରଙ୍କ ଠାରୁ ଶୁଭାଶିଷ ଟଙ୍କା ମାଗିଥିଲେ। ପଣା ସଂକ୍ରାନ୍ତି ଅବସରରେ କାର୍ଯ୍ୟାଳୟ ଛୁଟି ଥିବାରୁ ଯନ୍ତ୍ରୀ ଜଣକ କାର୍ଯ୍ୟାଳୟରେ ଟଙ୍କା ନେବାକୁ ଯୋଜନା କରିଥିଲେ। ଠିକାଦାରଙ୍କୁ ଟଙ୍କା ଧରି କାର୍ଯ୍ୟାଳୟକୁ ଆସିବା ପାଇଁ ଜଣାଇବା ପରେ ଠିକାଦାର ଜଣକ ସିବିଆଇ ଟିମ୍ ସହ ଯୋଗାଯୋଗ କରିଥିଲେ। ସିବିଆଇ ଟିମ୍ କାଲି ରାତି ଟ୍ରେନ୍‌ରେ ଆସି ଶୁକ୍ରବାର ସକାଳେ ସମ୍ବଲପୁର ପହଞ୍ଚିଥିଲେ। ଯୋଜନା ଅନୁଯାୟୀ, ଠିକାଦାର ଜଣକ ଟଙ୍କା ଧରି ପୋଷ୍ଟମାଷ୍ଟର ଜେନେରାଲ୍ ସମ୍ବଲପୁର ମଣ୍ଡଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେ ଟଙ୍କା ଦେବାସମୟରେ ସିବିଆଇ ଟିମ୍ ତାଙ୍କୁ ଧରି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe