ନଳକୂପ ଖନନ ନାଁରେ‌ କୃଷକଙ୍କ ଅର୍ଥ ହଡ଼ପ ଅଭିଯୋଗ; ପଦକ୍ଷେପ ଗ୍ରହଣ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

Advertisment
ନେତାଜୀ ବସ୍ ଟର୍ମିନାଲ୍‌ ପାଖ ୧୫ ଗୁଣ୍ଠ ଜମି ସିଏମ୍‌ସି ଦଖଲକୁ ଫେରିବ

orissahighcourt.nic.in

କଟକ: କଟକ ଜିଲ୍ଲା ଡ଼ମପଡା ନିକଟ ପାଥପୁର ଅଞ୍ଚଳରେ ସରକାରୀ ଯୋଜନାରେ ନଳକୂପ ଖନନ ନାଁରେ‌ କୃଷକଙ୍କ ଅର୍ଥ ହଡ଼ପ ଅଭିଯୋଗ ଉପରେ ପଦକ୍ଷେପ ଗ୍ରହଣ ପାଇଁ କ୍ରାଇମବ୍ରାଞ୍ଚ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଶାନ୍ତ କୁମାର ବେଉରା ଓ ଦୁଷ୍ମନ୍ତ କୁମାର ସାହୁଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏ ସଂପର୍କିତ ଅଭିଯୋଗ ଉପରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ କ୍ରାଇମବ୍ରାଞ୍ଚ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜଣେ ବ୍ୟକ୍ତି ନିଜକୁ ନାବାର୍ଡ଼ର ଜୁନିୟର ଇଂଜିନିୟର ବୋଲି ପରିଚୟ ଦେଇ  ପାଥପୁରରେ ପହଞ୍ଚି କୃଷକମାନଙ୍କ ସହିତ ଆଲୋଚନା କରିଥିଲେ। ସରକାରୀ ଯୋଜନାରେ କମ୍ ଟଙ୍କାରେ ନଳକୂପ ଖନନ ପାଇଁ ସେ ବିଭିନ୍ନ ଲୋକଙ୍କୁ ପ୍ରବର୍ତ୍ତାଇବା ସହିତ ସେମାନଙ୍କ ଆଧାର କାର୍ଡ ଓ ଜମି କାଜଜପତ୍ର ନେଇଥିଲେ। ଏହି ଯୋଜନାରେ ସାମିଲ ହେବା ପାଇଁ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଥମେ କିଛି ଟଙ୍କା ଜମା କରିବାକୁ କୃଷକମାନଙ୍କୁ କହିଥିଲେ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କୃଷକମାନେ ଟଙ୍କା ଜମା କରିଥିଲେ। ଏହିପରି ଭାବେ ମୋଟ ୯୯ ହଜାର ୫ଶହ ଟଙ୍କା ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ବିଭିନ୍ନ ଲୋକଙ୍କ ପକ୍ଷରୁ ଜମା କରାଯାଇଥିଲା। ଏହାପରେ ଆଉ ସଂପୃକ୍ତ ବ୍ୟକ୍ତି ଧରାଛୁଆଁ ଦେଇ ନଥିଲେ।

ଅନୁସନ୍ଧାନ କରି କୃଷକମାନେ ଜାଣିବାକୁ ପାଇଥିଲେ ଯେ ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜାଲ ଓ ସେ ନାବାର୍ଡର ଅଧିକାରୀ ନୁହନ୍ତି। ଏ ନେଇ କ୍ରାଇମବ୍ରାଞ୍ଚ ନିକଟରେ ଗତ ଅକ୍ଟୋବର ୧୨ରେ ଅଭିଯୋଗ କରିଥିଲେ ଆବେଦନକାରୀ। କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଦର୍ଶାଇ ପରବର୍ତ୍ତୀ ସମୟରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଗୃହ ସଚିବ ଓ କ୍ରାଇମବ୍ରାଞ୍ଚ ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କଳିଙ୍ଗକେଶରୀ ମହାପାତ୍ର, ବିପ୍ଳବ ବାହାଲି ଓ ସୁଶୀଲ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe