ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା; ସିବିଆଇ କିମ୍ବା ଏସଆଇଟି ଦ୍ବାରା ତଦନ୍ତ କରାଯାଉ ଦର୍ଶାଇ ହାଇକୋର୍ଟରେ ମାମଲା

ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ହାଇକୋର୍ଟରୁ ଜାମିନ
କଟକ: ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଆଜି ନୂଆ ମୋଡ଼ ନେଇଛି। ଅଭିଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଘଟଣାର ସିବିଆଇ କିମ୍ବା ଏସଆଇଟି ଗଠନ କରି ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ପୀଡିତାଙ୍କ ମା’ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ବାଲିଚନ୍ଦ୍ରପୁର ଥାନାରେ ମାମଲା ରୁଜୁ କରିଥିବା ବେଳେ ପ୍ରକୃତ ସତ ପଦାକୁ ଆଣିବାକୁ ହେଲେ ଅଭିଯୋଗର ତଦନ୍ତ ଏସଆଇଟି କିମ୍ବା ସିବିଆଇ ଦ୍ବାରା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ପ୍ରଫୁଲ୍ଲଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ସେ ଏକାମ୍ର କଲେଜର ଅଧ୍ୟକ୍ଷ ଭାବେ ଅବସର ନେଇଥିବା ବେଳେ ତାଙ୍କୁ ଏବେ ୮୪ ବର୍ଷ ବୟସ। ୧୯୯୨ରେ ଉଚ୍ଚରକ୍ତ ଚାପ ଯୋଗୁଁ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା।
ସେହି ସମୟରେ ସେ ଭଲ ଭାବେ କଥା କହି ପାରୁ ନାହାନ୍ତି। ୨୦୧୭ରେ ତାଙ୍କ ହାର୍ଟ ଅପରେସନ୍ ହେବା ପରେ ସେ ଘରେ ବହୁ କଷ୍ଟରେ ରହୁଛନ୍ତି। ଘରୋଇ ସହାୟକ ଜଣେ ଯୋଗାଡ ପାଇଁ ସେ ବ୍ରହ୍ମାନନ୍ଦଙ୍କୁ ଅନୁରୋଧ କରିଥିଲେ। ୨୦୧୯ରୁ ପୀଡିତା ତାଙ୍କ ଘରେ କାମ କରୁଥିଲେ। ପ୍ରଫୁଲ୍ଲଙ୍କ ଘରେ ରହିବା ବେଳେ ପୀଡିତା ନିର୍ଦ୍ଦିଷ୍ଟ ଫୋନ୍ ନମ୍ବରରେ ଜଣେ ଯୁବକ ସହିତ ଚାଟିଂ କରୁଥିଲେ। ଏଭଳି ଘଟଣା ପ୍ରଫୁଲ୍ଲଙ୍କ ପତ୍ନୀଙ୍କ ଦୃଷ୍ଟିକୁ ଆସିବା ପରେ ସେମାନେ ପୀଡିତାଙ୍କୁ ଘରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ପୀଡିତାଙ୍କ ମା’ ଭୁବନେଶ୍ବର ଘରକୁ ଆସି ଦୁର୍ଗାପୂଜା ପୂର୍ବରୁ ପୀଡିତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ। କିନ୍ତୁ ଏହାପରେ ନଭେମ୍ବର ୨ରେ ପୀଡିତାଙ୍କ ମା’ ବାଲିଚନ୍ଦ୍ରପୁର ଥାନାରେ ତାଙ୍କ ବିରୋଧରେ ଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ।
ପ୍ରଫୁଲ୍ଲଙ୍କ ଆବେଦନରେ ଦର୍ଶା‌ଯାଇଛି ଯେ ପୀଡିତାଙ୍କ ମା ଅନ୍ୟ ଏକ ନାଁ ନିଜର ଦର୍ଶାଇ ୨୦୧୮ରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ ଓ ବାଲିଚନ୍ଦ୍ରପୁର ଥାନା ପୁଲିସ ଆଇପିସିର ଦଫା ୩୭୬ ଓ ପୋକସୋ ଆଇନରେ ରୁଜୁ କରିଥିବା ମାମଲା ଏବେ ବିଚାରାଧୀନ ରହିଛି। ଏହି ସମସ୍ତ ଘଟଣା ଏହି ପ୍ରସଂଗକୁ ଜଟିଳ କରିଥିବା ବେଳେ ଏସଆଇଟି କିମ୍ବା ସିବିଆଇ ଦ୍ବାରା ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ। ମାମଲାରେ ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି ଓ ବାଲିଚନ୍ଦ୍ରପୁର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe